ଓଡ଼ିଶାଲାଇଭ ବ୍ୟୁରୋ

ଗଛ ପଡ଼ି ଜଣେ ମହିଳା ଓ୍ଵାର୍ଡ ମେମ୍ଵରଙ୍କ ମୃତ୍ୟୁ ହୋଇଛି। ଅଟୋ ଉପରେ ଗଛ ପଡ଼ିଯିବାରୁ ଅଟୋ ଭିତରେ ଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପ୍ଲିହେରି ଛକରେ।

ଜଣେ ମହିଳା ଓ୍ଵାର୍ଡମେମ୍ଵର ଓ ଅନ୍ୟ ଜଣେ ମହିଳା ଗୋଟେ ଅଟୋରେ ଦାରିଙ୍ଗବାଡ଼ିରୁ ଚାଉଳ ନେଇ ଫେରୁଥିବା ବେଳେ ଏପରି ଅଘଟଣ ଘଟିଛି। ଦୁଲୁରୀ ମୁଖ୍ୟରାସ୍ତା ପାଖରେ ଲଗାଣ ବର୍ଷା ଯୋଗୁଁ ଏକ ଗଛ ଭାଙ୍ଗି ତାଙ୍କ ଅଟୋ ଉପରେ ପଡ଼ି ଯାଇଥିଲା। ଫଳରେ ଅଟୋରେ ବସିଥିବା ମହିଳା ଓ୍ଵାର୍ଡ ମେମ୍ଵରଙ୍କ ମୃତ୍ୟୁ ହୋଇଥିଲା।

ପରେ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତର ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comment