ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଆସନ୍ତାକାଲି ଅପରାହ୍‌ଣ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ଦୁଇ ପ୍ରତିଭାବାନ୍ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ। ଏଥର ‘ଷ୍ଟାର୍ଟଅପ୍‌ ଷ୍ଟୋରି’ରେ ଅତିଥି ଅଛନ୍ତି ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର।ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର। ସହରର ଗୋଟିଏ ଛୋଟିଆ ପଉଲଟ୍ରି ଫାର୍ମରୁ ବ୍ୟବସାୟ ଆରମ୍ଭ କରି ସେମାନେ ଆଜି ତାହାକୁ ଏକ ବିଶ୍ଵସ୍ତରୀୟ ଫାର୍ମରେ ପରିଣତ କରିପାରିଛନ୍ତି। ଏବେ ଓଭୋ ଫାର୍ମରୁ ଦୈନିକ ୧୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ଭାରତ ସମେତ ଭାରତ ବାହାରକୁ ଏହି ଫାର୍ମରୁ ଅଣ୍ଡା ରପ୍ତାନି ହେଉଛି।ସୌମେନ୍ଦ୍ର ଏବଂ ସମରେନ୍ଦ୍ର ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ପରିବାର, ଛାତ୍ର ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।ପ୍ରତି ମାସରେ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଭଳି ସୋସିଆଲ ଚ୍ୟାନେଲରେ ପ୍ରସାରିତ ହେଉଛି ଓଡ଼ିଶାରୁ ପ୍ରତିଷ୍ଠିତ ଜଣେ ଜଣେ ସଫଳ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।

(ଯୁବ ଓଡ଼ିଆ ଉଦ୍ୟୋଗୀ ବା ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରିଥିବା ଅଭିନବ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍‌ ଓଡ଼ିଶା। ପ୍ରାଇମ୍ ପାର୍ଟନର: ଓଡ଼ିଶା ଖଣି ନିଗମ (ଓଏମ୍‌ସି)। ନଲେଜ୍‌ ପାର୍ଟନର: ମୋ କଲେଜ ଅଭିଯାନ। ଇଣ୍ଡଷ୍ଟ୍ରି ପାର୍ଟନର୍‌: ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍। ପ୍ରିଣ୍ଟ ପାର୍ଟନର: ସମ୍ବାଦ)

Comment