ଓଡ଼ିଶାଲାଇଭ୍ ବ୍ୟୁରୋ
- ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
- ରାସନକାର୍ଡଧାରୀ ଓ ବିଜୁ ସ୍ଵାସ୍ଥ୍ୟକାର୍ଡଧାରୀ ପାଇବେ ସୁବିଧା
- ଉପକୃତ ହେବେ ୯୬ ଲକ୍ଷ ପରିବାର
- ଖର୍ଚ୍ଚ ହେବ ୯୬୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧକାରୀଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ନଥଲେ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ଏହି ସହାୟତା ପାଇପାରିବେ।
୯୬ ଲକ୍ଷ ପରିବାର ଏହି ଯୋଜନା ଦ୍ଵାରା ଉପକୃତ ହେବେ। ସାତଦିନ ମଧ୍ୟରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୯୬୦ କୋଟି ଟଙ୍କା ବ୍ୟୟ କରିବେ। କୋଭିଡ ଯୋଗୁ ଗରିବ ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନେ ଆର୍ଥିକ ଭାବେ ମଧ୍ୟ ଦୁର୍ବଳ ହୋଇଛନ୍ତି। ସେମାନଙ୍କ କଷ୍ଟ ଦୂର କରିବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି।