ଓଡ଼ିଶାଲାଇଭ୍ ବ୍ୟୁରୋ

  • କୁହୁଡ଼ି ପାଇଁ ୫୦ରୁ ୨୦୦ ମିଟର ମଧ୍ୟରେ ଭଲଭାବେ ଦୃଶ୍ୟମାନ ହେବନି
  • ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ
  • ୭ ତାରିଖରୁ ତାପମାତ୍ରା ବଢ଼ି ଶୀତର ମାତ୍ରା କମିପାରେ

ନୂଆବର୍ଷରୁ ରାଜ୍ୟରେ ଶୀତ ପ୍ରବାହ ସାମାନ୍ୟ ବଢ଼ିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା – କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିପାରେ। କୁହୁଡ଼ି ଆସ୍ତରଣ ଯୋଗୁଁ ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଭଲଭାବେ ଦୃଶ୍ୟ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଜାନୁଆରି ୫ ତାରିଖରୁ ୬ ତାରିଖ ମଧ୍ୟରେ ୭ଟି ଜିଲ୍ଲା ଯଥା – କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ଘନ କୁହୁଡ଼ି ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଜାନୁଆରି ୭ରୁ କମିପାରେ ଶୀତ

ରାଜ୍ୟରେ ଏବେ ଶୀତର ମାତ୍ରା ଅଧିକ ରହିଥିବା ବେଳେ ଆସନ୍ତା ୭ ତାରିଖ ପରେ ତାପମାତ୍ରାରେ ପରବର୍ତ୍ତନ ଆସିପାରେ। ଏବେ ରାଜ୍ୟରେ ସ୍ଵାଭାବିକଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିଛି। ଆଗାମୀ ଦୁଇ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବାର ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment