ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
  • ପୁରୀ ପରେ କଟକବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ସୁବିଧା
  • ଘରେ ଘରେ ଟ୍ୟାପ ଯୋଗେ ପିଇବା ପାଣିର ବ୍ୟବସ୍ଥା
  • ୧୭ଟି ସହରର ଲୋକେ ପାଉଛନ୍ତି ସୁଜଳ ସୁବିଧା
  • ଆଗକୁ ରାଜ୍ୟର ୧୧୪ଟି ସହର ପାଇଁ ସୁଜଳ ବ୍ୟବସ୍ଥା

ପୁରୀ ପରେ ଏବେ କଟକବାସୀ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। କଟକରେ ପ୍ରତି ଘରକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ମିଳିବ। ଏଥିପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକଠାରେ ‘ସୁଜଳ’ର ଶୁଭାରମ୍ଭ  କରିଛନ୍ତି। ‘ସୁଜଳ’ ବା ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଅଧୀନରେ ଜଳ ଯୋଗନା ବ୍ୟବସ୍ଥା କରାଯାଇଛି। ଏହା ଦ୍ଵାରା କଟକ ସହରର ପ୍ରାୟ ୭ ଲକ୍ଷ ଲୋକ ଉପକୃତ ହେବେ। ଆଗାମୀ ଦିନରେ ରାଜ୍ୟର ସମସ୍ତ ୧୧୪ଟି ସହରରେ ଏହି ଯୋଜନା କାର୍ଯ୍ୟକ୍ଷମ କରାଯିବ। ମୋଟ ୬୦ଟି ସହରରେ ପାଇପ ସଂଯୋଗ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ୨୦୨୩ ମସିହା ସୁଦ୍ଧା ସହରବାସୀଙ୍କୁ ଏହି ସୁବିଧା ଯୋଇବାକୁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଦେଶରେ ସୁଜଳ ଯୋଜନା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ। ଏହିପରି ବ୍ୟବସ୍ଥା ଆମେରିକା ଭଳି ବିକଶିତ ଦେଶଗୁଡ଼ିକରେ ରହିଛି। ବିଶ୍ଵର ଅନ୍ୟ ଦେଶଗୁଡ଼ିକ ପାଇଁ ଏହି ଯୋଜନା ଏକ ରୋଲ ମଡେଲ ହୋଇପାରିଛି ବୋଲି ଭର୍ଚୁଆଲ ମୋଡରେ ସୁଜଳ ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖମନ୍ତ୍ରୀ ସୁଜଳ ବା ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଅଧୀନରେ ସହରରେ ସମ୍ପୂର୍ଣ୍ଣ ହୋଇସାରିଥିବା ଜଳ ଯୋଗାଣ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି।

ଆଇଏସ୍ ୧୦୫୦୦ ମାନର ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୋଟ ୭୯୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହା ଦ୍ଵାରା କଟକ ମହାନଗର ନିଗମ ଅନ୍ତର୍ଗତ ୫୯ଟି ଓ୍ଵାର୍ଡର ମୋଟ ୧ ଲକ୍ଷ ୪୦ ହଜାର ପରିବାର ଉପକୃତ ହେବେ। ଆଗାମୀ ଦିନରେ ରାଜ୍ୟର ୬୦ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ  କରାଯିବ। ପୁରୀ ସହର ଡ୍ରିଙ୍କି ଫ୍ରମ ଟ୍ୟାପ୍ ମିଶନର ପ୍ରଥମ ସହର। ବର୍ତ୍ତମାନ ୧୭ଟି ସହରରେ ଏହ ଯୋଜନାରେ କାମ ଚାଲିଛି।

Comment