ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ତୃତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହାମାରୀର ଏହି ଜଟିଳ ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଡାକ୍ତରମାନେ କାଢ଼ା ପିଇବାକୁ ପରାମର୍ଶ ଦେଉଛନ୍ତି। ତେବେ ସହଜରେ କିଭଳି ଘରେ କାଢ଼ା ପ୍ରସ୍ତୁତ କରିବେ ଜାଣନ୍ତୁ।

ସାମଗ୍ରୀ

ତୁଳସୀ ପତ୍ର ୫ରୁ ୧୦ଟି, ଗୁଜୁରାତି ୨ରୁ ୩ଟି, ଗୋଲମରିଚ ଗୁଣ୍ଡ ଅଧା ଚାମଚ, ଖଣ୍ଡେ ଛୋଟ ଅଦା।

tulsi-kadha-2ପ୍ରସ୍ତୁତି ପ୍ରଣାଳୀ

  • ଗୋଟିଏ ପାତ୍ରରେ ଦେଢ଼ କପ ପାଣି ନେଇ ଗରମ କରନ୍ତୁ।
  • ଏହାପରେ ସେଥିରେ ତୁଳସୀ ପତ୍ର, ଗୁଜୁରାତି, ଗୋଲମରିଚ ଗୁଣ୍ଡ ଏବଂ ଅଦା ପକାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ପାତ୍ରରେ ଯେତିକି ପାଣି ଗରମ କରିବାକୁ ବସାଇଥିଲେ, ସେହି ପାଣିର ପରିମାଣ ଅଧା ହୋଇଗଲେ ଏହାକୁ ଛାଣି ସାମାନ୍ୟ ଥଣ୍ଡା ହେବାକୁ ଦିଅନ୍ତୁ।
  • ଏହାର ସ୍ୱାଦରେ ପରିବର୍ତ୍ତନ ପାଇଁ ଆପଣ ଚାହିଁଲେ ଏଥିରେ ମହୁ ମିଶାଇ ପାରିବେ।

କେତେବେଳେ ପିଇବେ

କାଢ଼ାକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ପିଇପାରିବେ। ଦିନକୁ ଦୁଇଥର କାଢ଼ା ପିଇବା ଶରୀର ପାଇଁ ବେଶ୍ ଉପକାରୀ। ଏହା ଶରୀରର ଇମ୍ୟୁନିଟି ବଢ଼ାଇବା ସହ ଶରୀରରେ ଜମିଥିବା ଚର୍ବି ଅଂଶକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ।

କାଢ଼ା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଥଣ୍ଡା, ଛିଙ୍କ, କାଶ ଆଦି ସମସ୍ୟାରୁ ଉପଶମ ମଧ୍ୟ ଦେଇଥାଏ। ସହଜରେ କୌଣସି ରୋଗରେ ସଂକ୍ରମଣ ହେବାକୁ ଦେଇନଥାଏ କାଢ଼ା। ଏହାକୁ ଆପଣ ସବୁ ଋତୁରେ ପିଇପାରିବେ। କିନ୍ତୁ ଏବେ ପୁଣିଥରେ କରୋନା ମହାମାରୀ ଫେରିଥିବାରୁ କାଢ଼ା ପିଇବାକୁ ଗୁରୁତ୍ୱ ଦେବା ଜରୁରୀ।

Comment