ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର ନିର୍ବାଚନୀ ହିଂସା, ଅସାମାଜିକ ଆକ୍ରମଣ ଏବଂ ବୋମା ବିସ୍ଫୋରଣ ଯୋଗୁଁ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କାରଯିବ। ଏହା ସହ ଡ୍ୟୁଟି ସମୟରେ କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ମଧ୍ୟ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ।

ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଯଦି କର୍ମଚାରୀଙ୍କର ହିଂସା ବ୍ୟତୀତ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୁଏ ତେବେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ନିର୍ବାଚିନୀ ହିଂସାରେ ଆଖିନଷ୍ଟ ହେଲେ ୧୫ ଲକ୍ଷ ଏବଂ ଦୁର୍ଘଟଣା ଯୋଗୁ କୌଣସି ଅଙ୍ଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ୭ ଲକ୍ଷ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ।

ଡ୍ୟୁଟିରେ ଥିବା କର୍ମଚାରୀ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ସେମାନଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା ଉଭୟ ସରକାରୀ ଏବଂ ବେସରକାରୀ ଗାଡ଼ି ଡ୍ରାଇଭର ଏବଂ ହେଲ୍ଫରଙ୍କୁ ମଧ୍ୟ ଏହି ସୁବିଧା ମିଳିପାରିବ ।

Comment