ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ସକାଳୁ ସକାଳୁ ଭୂମିକମ୍ପ ଝଟକାରେ ଥରିଥିଲା ଜାମ୍ମୁ କାଶ୍ମୀର, ଦିଲ୍ଲୀ ଏବଂ ନୋଇଡା ତଥା ଏହାର ଆଖପାଖ ଅଞ୍ଚଳ। ପ୍ରଥମେ ଜମ୍ମୁ କଶ୍ମୀର ଓ ପରେ ଦିଲ୍ଲୀ ଏବଂ ନୋଏଡା ସହ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ପ୍ରାୟ ୨୦ ସେକେଣ୍ଡ ଧରି ଭୂମିକମ୍ପ ଅନୁଭୂତ ହୋଇଥିଲା। ଲୋକେ ଭୟରେ ଘରୁ ଖୋଲା ସ୍ଥାନମାନଙ୍କୁ ଚାଲି ଯାଇଥିଲେ। ଝଟକା ପ୍ରଭାବରେ ଜମ୍ମୁ କଶ୍ମୀରର କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏହି ସମୟରେ ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ମଟର କିଛି କ୍ଷଣ ପାଇଁ ଅଟକି ଯାଇଥିଲା।

ଶନିବାର ସକାଳ ୯ଟା ୪୫ ମିନିଟରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିଲା। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜି(ଏନସିଏସ) ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂମିକମ୍ପର ଗଭୀରତା ୧୮୧ କିଲୋମିଟର ଥିଲା। ଦିଲ୍ଲୀ ନିକଟବର୍ତ୍ତୀ ସହର ନୋଇଡ଼ାରେ ୨୫ରୁ ୩୦ ସେକେଣ୍ଡ ଭୂକମ୍ପ ଅନୁଭୂତ ହୋଇଥିଲା।

Comment