ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନୀ ହିଂସା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା। ଏହି ସବୁ ବୁଥଗୁଡ଼ିକରେ ପୁନର୍ବାର ନିର୍ବଚାନ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଅନୁସାରେ ଆସନ୍ତା ୨୩ ତାରିଖ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ମୋଟ ୪୫ଟି ବୁଥରେ ସାନି ନିର୍ବାଚନ ହେବ। ଏହା ହସ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବାଧା ପ୍ରାପ୍ତ ହୋଇଥିବା ମୋଟ ୩୦ଟି ବୁଥରେ ଆସନ୍ତା ୨୫ ତାରିଖ ପୁନର୍ବାର ନିର୍ବାଚନ ହେବ ବୋଲି ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି।

ରାଜ୍ୟରେ ଚାଲିଛି ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ମତଦାନ ପର୍ଯ୍ୟାୟ କ୍ରମେ ଶେଷ ହୋଇଛି। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ବିଭ୍ରାଟ କାରଣରୁ କେତେକ ବୁଥରେ ମତଦାନ ହୋଇପାରି ନଥିଲା। ଏହି ସବୁ ବୁଥଗୁଡ଼ିକରେ ପୁନର୍ବାର ନିର୍ବାଚନ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ଉପରେ ବିଚାର କରି ନିଷ୍ପତ୍ତି ନେବାକୁ ନିର୍ବାଚନ କମିଶନ କହିଥିଲେ।

ମତଦାନ ବାଧାପ୍ରାପ୍ତ ହୋଇଥିବା କେନ୍ଦ୍ରଗୁଡ଼ିକରେ ସାନି ନିର୍ବାଚନ କରିବାକୁ ରାଜ୍ୟ ନିର୍ବଚାନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟୟରେ ବାଧାପ୍ରାପ୍ତ ହୋଇଥିବା ମୋଟ ୪୫ଟି ବୁଥ୍ ପାଇଁ ସାନି ମତଦନ ହେବ। ତୃତୀୟ ପର୍ଯ୍ୟୟରେ ନିର୍ବାଚନ ହୋଇପାରି ନଥିବା ମୋଟ ୩୦ଟି ସ୍ଥାନରେ ଆସନ୍ତା ୨୫ ତାରିଖ ସାନି ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ରନାଥ ସାହୁ କହିଛନ୍ତି।

ନିର୍ବାଚନୀ ହିଂସା ଯୋଗୁଁ ପ୍ରଥମ ପର୍ଯ୍ୟାରେ ୨୫ଟି ବୁଥରେ ମତଦାନ ହୋଇପାରି ନଥିଲା। ସେହିପରି ବିଭିନ୍ନ ବିଭ୍ରାଟ ଯୋଗୁ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ହୋଇଥିବା ମୋଟ ୪୫ଟି ବୁଥ୍‌ରେ ଆସନ୍ତା ୨୩ ତାରିଖ ସାନି ମତଦାନ କରାଯିବ। ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବାଲଟ ପେପର ତ୍ରୁଟି ଯୋଗୁଁ ଯାଜପୁର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଏହି ସବୁ ସ୍ଥାନରେ ମଧ୍ୟ ସାନି ମତଦାନ କରାଯିବ।

Comment