ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ ନିକଟରେ ଶୁକ୍ରବାର କିଛି ବାଲାଟ ପେପର ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଲାଟ ପେପରଗୁଡ଼ିକରେ ପ୍ରାର୍ଥୀଙ୍କ ଦଳୀୟ ଚିହ୍ନରେ ମୋହର ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କିଛି ପ୍ରାର୍ଥୀ ଅଭିଯୋଗ କରିବା ପରେ ସ୍ଥାନୀୟ ବିଡିଓ ଏବଂ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏସବୁ ଡମି ବାଲାଟ ପେପର ବୋଲି ଉପଜିଲ୍ଲାପାଳ କହିଛନ୍ତି। ତେବେ ଏ ସବୁ ଅସଲି କି ନକଲି ପ୍ରାର୍ଥୀମାନଙ୍କ ସନ୍ଦେହ ଦୂର ହୋଇପାରି ନାହିଁ। ଏହାକୁ ନେଇ ଏବେ ଉତ୍ତେଜନା ପ୍ରକାଶ ପାଇଛି।

ଷ୍ଟ୍ରଙ୍ଗରୁମରେ ଥିବା ବାଲାଟ ବକ୍ସରୁ ବାଲାଟ ପେପର କିପରି ଆସିଲା ବୋଲି ପ୍ରାର୍ଥୀମାନେ ପ୍ରଶ୍ନ କରିଛନ୍ତି। ସମସ୍ତ ବାଲାଟ ପେପର ନକଲି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିବାବେଳେ ଏ ସବୁ ୮ ନମ୍ବର ଜିଲ୍ଲାପରିଷଦ ଜୋନର ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଓ୍ଵାର୍ଡ ସଭ୍ୟଙ୍କର ବାଲାଟ ପେପର ବୋଲି କୁହାଯାଉଛି।

ପ୍ରାର୍ଥୀମାନଙ୍କ ଅଭିଯୋଗ ପରେ କେନ୍ଦ୍ରାପଡ଼ା ବ୍ଲକର ବିଡିଓ ବନ୍ଦନା ଖଟୁଆ ଓ ତହସିଲଦାର ହେମଲତା ବାହାଲିଆଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଏଗୁଡ଼ିକ ଅସଲିକି ନକଲି ବାଲାଟ ପେପର ଜଣାପଡ଼ିବ। ଆସନ୍ତା ୨୮ ତାରିଖରେ ଏହି ଜୋନରେ ଭୋଟ ଗଣତି କରାଯିବ।

Comment