ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବିଶ୍ଵ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। ଏବେ ଅମାନିଆ ରୁଷକୁ ରୋକିବା ପାଇଁ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଛି ନାଟୋ। ଆଗକୁ ସଜାଗ ରହିବାକୁ ବିଶ୍ଵବାସୀଙ୍କୁ ପରାମର୍ଶ ଦେଇଛି ଫ୍ରାନ୍ସ।

  • ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୩,୫୦୦ ସୈନ୍ୟ : ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ
  • ପ୍ରଥମ ଦଫାରେ ୟୁକ୍ରେନରୁ ଦେଶକୁ ଫେରିବେ ୪୭୦ ଜଣ ଛାତ୍ରଛାତ୍ରୀ
  • ୟୁକ୍ରେନରୁ ଭାରତୀୟଙ୍କୁ ଧରି ମୁମ୍ବାଇ ଏୟାର ପୋର୍ଟ ଅଭିମୁଖେ ପ୍ରଥମ ଉଡ଼ାଣ ଆରମ୍ଭ
  • ୟୁକ୍ରେନକୁ ସୈନ୍ୟ ସହାୟତା ଦେବାକୁ ଘୋଷଣା କଲା ଆମେରିକା
  • ୟୁକ୍ରେନରେ ଯୁଦ୍ଧ ଜାରି ରହିବ, ବିଶ୍ଵବାସୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ
  • ରୁଷ ରାଷ୍ଟ୍ରପତି ଏବଂ ବୈଦେଶୀକ ମନ୍ତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଘୋଷଣା କଲା ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ ଏବଂ କାନାଡ଼ା
  • ରୁଷକୁ ରୋକିବା ପାଇଁ ସୈନ୍ୟ ପଠାଉଛି ନାଟୋ
  • ଅସ୍ତ୍ର ତ୍ୟାଗ କରିବା ମୁଡରେ ନାହିଁ ୟୁକ୍ରେନ
  • ୪ଟି ବିମାନରେ ଫେରିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ
  • ରୁଷର ଆକ୍ରମଣ ପରେ ସେନା ମୁତୟନ କରିବାକୁ ଘୋଷଣା କଲା ନାଟୋ
  • ରୁଷର ୮୦ଟି ଟ୍ୟାଙ୍କର ଏବଂ ୨୦ କ୍ରୁଜ ମିସାଇଲ ଧ୍ଵଂସ କଲା ୟୁକ୍ରେନ
  • ୟୁକ୍ରେନ ସହ ଆଲୋଚନା କରିବାକୁ ରୁଷ ପଠାଇବ ପ୍ରତିନିଧି ଦଳ ୟ
  • ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ
  • ୟୁକ୍ରେନ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ହେଲପ ଡେସ୍କ ଗଠନ କଲେ ହଙ୍ଗେରି ସରକାର
  • ୟୁକ୍ରେନ ବର୍ଡର ନିକଟରେ ୩ ଆମେରିକା ବିମାନ, ଗୁପ୍ତ ତଥ୍ୟ ସଂଗ୍ରହ କରୁଛି ଗୋଟିଏ ବିମାନ
  • ରୁଷ ପାଇଁ ଏୟାର ସ୍ପେସ ବନ୍ଦ କଲା ବୁଲଗେରିଆ

Comment