ଓଡ଼ିଶାଲାଇଭ୍ ବ୍ୟୁରୋ

‘ଅନୁତାପ’ ଏପରି ଏକ ଶବ୍ଦ ଯାହା ପ୍ରତି ମଣିଷ ଜୀବନରେ ଆସିଥାଏ ଏବଂ ପ୍ରଭାବ ମଧ୍ୟ ପକାଇଥାଏ। ଅନୁତାପ କାହାକୁ ନକରାତ୍ମକ ପଥ ଦେଖାଏ ତ କାହାକୁ ସକରାତ୍ମକ ଅନୁଭୂତି ପ୍ରଦାନ କରିଥାଏ। ଜୀବନରେ ଅନୁତାପକୁ କିପରି ସକରାତ୍ମକ ରୂପେ ଗ୍ରହଣ କରି ଭବିଷ୍ୟତକୁ ଉଜ୍ଜ୍ଵଳ କରିପାରିବା ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ମନସ୍ତତ୍ଵବିତ ସମ୍ବିତ ନନ୍ଦ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ସମସ୍ତେ ‘ଅନୁତାପ’ ଶବ୍ଦ ସହ ପରିଚିତ। କାରଣ ପ୍ରତି ମଣିଷ ‘ଅନୁତାପ’ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ମଧ୍ୟ। କିଏ ଚାକିରିକୁ ନେଇ, କିଏ ସମ୍ପର୍କକୁ ନେଇ ତ ଆଉ କିଏ ନିଜର ନିଷ୍ପତ୍ତିକୁ ନେଇ ‘ଅନୁତାପ’ କରିଥାନ୍ତି। ଅନୁତାପ କରିବା ଦ୍ଵାରା ମଣିଷ ମନକୁ ନକରାତ୍ମକ ଚିନ୍ତାଧାରା ଆନ୍ଦୋଳିତ କରିଥାଏ। କିଛି ହରାଇବାର ଦୁଃଖ ଆଉ ଜୀବନରେ ମିଳିଥିବା ବିଫଳତାକୁ ନେଇ ପଶ୍ଚାତାପ ମଣିଷ ମନକୁ ଅଧିକ ବିଚଳିତ କରିଦେଇଥାଏ। ଅନୁତାପରୁ ସକରାତ୍ମକ ଶିକ୍ଷା ଗ୍ରହଣ କଲେ ଆଗାମୀ ଭବିଷ୍ୟତ ସୁନ୍ଦର ହୋଇପାରିବ ବୋଲି କହିଛନ୍ତି ମନସ୍ତତ୍ଵବିତ ସମ୍ବିତ ନନ୍ଦ।

“ପ୍ରତି ମଣିଷ ଜୀବନରେ ଅନୁତାପ ଥାଏ। ଅନୁତାପ ଶବ୍ଦର ଅର୍ଥ ବ୍ୟାପକ। ଯାହା ପ୍ରତି ମଣିଷ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। କିଏ ଅନୁତାପରୁ ଶିକ୍ଷା ଗ୍ରହଣ କରି ନିଜ ଜୀବନକୁ ସରସ ସୁନ୍ଦର କରିଥାଏ ତ ଆଉ କେହି ବାରମ୍ବାର ଅନୁତପ୍ତ ହୋଇ ନିଜ ଜୀନକୁ ନର୍କ ସଦୃଶ କରିଦେଇଥାଏ”, କୁହନ୍ତି ମନସ୍ତତ୍ଵବିତ ସମ୍ବିତ ନନ୍ଦ।।

ଯଦି କେହି ସମ୍ପର୍କରେ ବିଫଳ ହୁଏ କିମ୍ବା ଚାକିରି ପଛରେ ଦୌଡ଼ି ଦୌଡ଼ି ଥକିପଡେ ସେ ଅନୁତାପ କରେ। ନିଜ ମନକୁ ପ୍ରଶ୍ନ କରେ ଏ ସମ୍ପର୍କରେ ରହିନଥିଲେ ହୁଏତ ମୋ ପାଇଁ ଭଲ ହୋଇଥାନ୍ତି। ଚାକିରି ପଛରେ ଦୌଡ଼ୁଥିବା ମଣିଷଟି କୁହେ ବ୍ୟବସାୟରେ ସମୟ ଦେଇଥିଲେ ହୁଏତ ମୋତେ ସଫଳତା ମିଳିପାରିଥାନ୍ତା। ଏହି ଅନୁତାପ ମଣିଷକୁ କେତେବେଳେ ସଫଳତା ଆଣି ଦେଇଥାଏ ତ କେତେବେଳେ ବିପଥଗାମୀ କରାଇଥାଏ। ଅନୁତାପକୁ ସକରାତ୍ମକ ଦିଗରେ ନେବା ପାଇଁ ମନସ୍ତତ୍ଵବିତ ପରାମର୍ଶ ଦିଅନ୍ତି।

ଅନୁତାପ ମଣିଷ ଜୀବନର ଏକ ଅଂଶ କହିଲେ ଭୁଲ ହେବ ନାହିଁ। ପ୍ରତି ମଣିଷ ଏହି ଶବ୍ଦଟି ସହ ଜଡ଼ିତ। ମନସ୍ତତ୍ଵବିତଙ୍କ କହିବା ଅନୁସାରେ ଅନୁତାପ ଯୋଗୁଁ ମଣିଷ ମନକୁ କିଛି କ୍ଷଣ ପାଇଁ ନକରାତ୍ମକ ଭାବନା ଆସିଥାଏ। ବେଳେବେଳେ ମଣିଷ ଗୋଟିଏ କଥାକୁ ନେଇ ବାରମ୍ବାର ଅନୁତାପ କରିବା ଦ୍ଵାରା ସେ ମାନସିକ ଏବଂ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼େ। ‘ଅନୁତାପ’ରୁ ସକରାତ୍ମକ ଦିଗକୁ ଖୋଜିବାକୁ ବିଶେଷଜ୍ଞଙ୍କ ପରାମର୍ଶ।

ଅନୁତାପୁରୁ ଅନୁଭୂତି

ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷକୁ ବିଭିନ୍ନ ସଂଘର୍ଷ ଦେଇ ଆଗକୁ ବଢ଼ିବାକୁ ପଡ଼ିଥାଏ। ଅନେକ ସମୟରେ କିଛି ପାଏ, କିଛି ହରାଏ। ଅନେକ ଭୁଲ ଠିକ୍ ମଧ୍ୟ ଦେଇ ଗତି କରିଥାଏ। ହାରି ଗଲେ କିମ୍ବା ବିଫଳ ହେଲେ ଅନେକ ସମୟରେ ଭାଙ୍ଗି ପଡ଼େ। ଅନୁତାପ କରେ। ପ୍ରତି ଅନୁତାପରୁ ମଣିଷକୁ କିଛି ନା କିଛି ଶିଖିବାକୁ ମିଳିଥାଏ। ଯାହା ଆଗକୁ ବଢ଼ିବାରେ ସହାୟକ ହୋଇଥାଏ। ଅନୁତାପ ଭବିଷ୍ୟତରେ ମଣିଷକୁ ମଜବୁତ କରିବା ସହ ଆଗବୁ ପଥ ସୁଗମ କରାଇବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

“ଜୀବନରେ ଅନେକ ପ୍ରକାର ଅନୁତାପ ଆସିଥାଏ। ସେ ସ୍ଵଳ୍ପ ସମୟ ପାଇଁ ହେଉ ବା ଦୀର୍ଘ ସ୍ଥାୟୀ। ଯଦି ଜଣେ ମଣିଷ ନେଇଥିବା ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଅସଫଳ ହୁଏ ତାକୁ ଏଥିପାଇଁ ଅନୁତାପ କରିବାକୁ ପଡ଼ିଥାଏ। ଅଧିକ ଅନୁତାପ ମଣିଷ ପାଇଁ ଠିକ୍ ହୋଇନଥାଏ। ନିଜ ଭୁଲରୁ ଶିଖି ଆଗକୁ ବଢ଼ିବାର ସୂତ୍ର ବାଛିବାକୁ ପଡ଼ିବ”, କହିଛନ୍ତି ମନସ୍ତତ୍ଵବିତ ସମ୍ବିତ ନନ୍ଦ।

କୁହାଯାଏ ମଣିଷ ମାତ୍ରକେ ଭୁଲ। ଭୁଲରୁ ଶିଖିବା ଏବଂ ଆଗକୁ ବଢ଼ିବା ଆବଶ୍ୟକ। ଅନୁତାପରୁ ସକରାତ୍ମକ ଦିଗଟିକୁ ବାଛିଲେ ଭବିଷ୍ୟତ ପଥ ସୁଗମ ହୋଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି।

Tags: #Psychology #Regret #Health #PositiveThoughts #PositiveMind #SwastyaPlus

LEAVE A REPLY

Please enter your comment!
Please enter your name here