ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସବୁ ପିଲାଙ୍କର ବୁଦ୍ଧି ସମାନ ହେଇନଥାଏ। ଜଣକର ମନେ ରଖିବାର କ୍ଷମତା ଅନ୍ୟଠାରୁ ଭିନ୍ନ ହୋଇଥାଏ। ବେଳେବେଳେ ପିଲାର ବୁଦ୍ଧିର କ୍ଷମତାକୁ ନେଇ ଅଭିଭାବକମାନେ ଅନେକ ସମୟରେ ଚିନ୍ତାରେ ପଡ଼ିଯାନ୍ତି ବୋଲି କୁହନ୍ତି ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ।

ପ୍ରତ୍ୟେକ ପିଲା ଅଲଗା। ଶାରୀରିକ ଏବଂ ମାନସିକ ଭାବେ ମଧ୍ୟ ଭିନ୍ନ ହୋଇଥାନ୍ତି। ତେଣୁ ସମାନ ପିତାମାତା, ସମାନ ପରିବାର ତଥା ସମାନ ପରିବେଶ ହେଲେ ମଧ୍ୟ ଗୋଟିଏ ପିଲାର ବୁଦ୍ଧି ଅନ୍ୟ ପିଲାର ବୁଦ୍ଧିଠାରୁ ଭିନ୍ନ ହୋଇଥାଏ। ସେମାନଙ୍କ ବୁଦ୍ଧିର ବିକାଶ ମଧ୍ୟ ସେହିଭଳି ଅଲଗା ହୋଇଥାଏ। ତେବେ କେମିତି ଜାଣିବେ ଗୋଟେ ପିଲାର ବୁଦ୍ଧିର କ୍ଷମତା କେତେ? ଏଭଳି ପରିସ୍ଥିତିରେ ବାପା ମା’ଙ୍କ ଭୂମିକା କ’ଣ ରହିବା ଦରକାର? ଏନେଇ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Intelligence #Psychologist #SambitNanda #Children #MentalHealth #HealthyLive

Comment