ଓଡ଼ିଶାଲାଇଭ ବ୍ୟୁରୋ

୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ପରିସଂଖ୍ୟାନକୁ ଦେଖିଲେ ବିଜେପି ବଡ଼ ବ୍ୟବଧାନରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ମୋଦୀ-ଶାହ ପରେ ବିଜେପି ଜାତୀୟ ରାଜନୀତିରେ ‘ଯୋଗୀ ଯୁଗ’ର ମଧ୍ୟ ଆରମ୍ଭ ହୋଇଛି।

ସପା ଏବଂ ବିଜେପି ମଧ୍ୟରେ ଭାଟର ବ୍ୟବଧାନ ୧୦ ପ୍ରତିଶତ

ସବୁଠୁ ବଡ଼ କଥା ହେଉଛି ପାଞ୍ଚ ବର୍ଷ ଶାସନରେ ରହିବା ସତ୍ତ୍ଵେ ବିଜେପି ୨୦୧୭ର ମତଦାନ ପ୍ରତିଶତକୁ ବଜାୟ ରଖିଛି।  ଯାହାକି ବିଗତ ତିନି ଦଶନ୍ଧି ମଧ୍ୟରେ କେବେ ହୋଇନଥିଲା। ୨୦୧୭ ବିଧାନସଭା ନିର୍ବାଚନ କଥା କହିବାକୁ ଗଲେ, ବିଜେପି ତାର ସହଯୋଗୀ ସମେତ ୪୧ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲା, କିନ୍ତୁ ଏଥର କେବଳ ବିଜେପି ପ୍ରାୟ ୪୨ ପ୍ରତିଶତ ଭୋଟ୍ ପାଇଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିକୁ ପ୍ରାୟ ୩୨ ପ୍ରତିଶତ ଭୋଟ୍ ମିଳିଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ ଭୋଟର ପାର୍ଥକ୍ୟ ଦଶ ପ୍ରତିଶତ ରହିଛି, ଯାହା ଉତ୍ତରପ୍ରଦେଶ ଭଳି ରାଜ୍ୟ ପାଇଁ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ। ରାଜ୍ୟର ପ୍ରାୟ ୧୯ ଟି ଜିଲ୍ଲାରେ ବିଜେପି ଏକପାଖିଆ ବିଜୟ ହାସଲ କରିଛି।

ରାସନ ଏବଂ ସୁଶାସନ ଦେଲା ବିଜୟ

କୃଷକ ଆନ୍ଦୋଳନ, ବେକାରୀ ସମସ୍ୟା, ମୁଦ୍ରାସ୍ଫୀତି, କରୋନା ଏବଂ ଧାର୍ମିକ ଧ୍ରୁବୀକରଣ ଭଳି ପ୍ରସଙ୍ଗ ସହ ବିରୋଧୀ ତାର ପ୍ରଚାର ଅଭିଯାନ ଆରମ୍ଭ କରିଥିଲା। ଯଦି ଆମେ ନିର୍ବାଚନ ଫଳାଫଳକୁ ଦେଖିବା ତେବେ ଏହା ସ୍ପଷ୍ଟ ଯେ ମୋଦୀ-ଯୋଗୀ ବ୍ରାଣ୍ଡ୍, ରାସନ ଏବଂ ଉତ୍ତମ ଶାସନ ଇତିହାସ ସୃଷ୍ଟି କରିବାରେ ବିଜେପିକୁ ସହାୟକ ହୋଇଛି।

ତିଷ୍ଟି ପାରିଲାନି ବିରୋଧିଙ୍କ ନିର୍ବାଚନୀ ପ୍ରସଙ୍ଗ

ଲଖୀମପୁର ଖେରୀ ଘଟଣାକୁ ବିରୋଧୀ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଥିଲେ। କିନ୍ତୁ ସେଠାରେ ବିଜେପି ସମସ୍ତ ୮ଟି ଆସନ ନିଜ ସପକ୍ଷରେ କରିଛି। କେବଳ ସେତିକି ନୁହେଁ, ହାଥରସ ଦୁଷ୍କର୍ମ ମାମଲାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଘେରିବା ପାଇଁ ଚେଷ୍ଟା କରିଥିଲା ବିରୋଧୀ, କିନ୍ତୁ ସେଠାରେ ମଧ୍ୟ ବିଜେପି ନିଜ ଦବଦବା ବଜାୟ ରଖିଛି।

ପ୍ରଭାବ ପକାଇଲାନି କୃଷକ ଆନ୍ଦୋଳନ

ପଶ୍ଚିମ ଉତ୍ତରପ୍ରଦେଶର ଜାଟ-ମୁସଲିମ ମିଳିତ ମଞ୍ଚ ବିଜେପି ପାଇଁ ସମସ୍ୟା ପାଲଟିଥିଲା। ଚାଷୀ ଆନ୍ଦୋଳନ ଏବଂ ଆଖୁ ଚାଷୀଙ୍କ ବକେୟା ପ୍ରସଙ୍ଗ ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଥିଲା ଏବଂ ଫଳାଫଳ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି, କିନ୍ତୁ ବିରୋଧୀଦଳ ଆଶା କରିଥିବା ପରି ନୁହେଁ।

Tags: #UPAssemblyElectionResult2022 #YogiAdityanath #BJP #SamajwadiParty #AkhileshYadav #UP #NarendraModi

LEAVE A REPLY

Please enter your comment!
Please enter your name here