ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଜମ୍ମୁକାଶ୍ମୀର ପାଇଁ ଆଜି ବଜେଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ମଧ୍ୟ ପ୍ରସ୍ତୁତ। ବିଭିନ୍ନ ପ୍ରସଂଗ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି।

ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ।

ଦ୍ଵିତୀୟ ବଜେଟ ଅଧିବେଶନର ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜିର ଅଧିବେଶନରେ ବେକାରୀ, ପିପିଏ ଏବଂ ସୁଧହାର ହ୍ରାସ ଆଦି ପ୍ରସଂଗ ଉଠିବାର ସମ୍ଭାବନା ରହିଛି। ୟୁକ୍ରେନ ଯୁଦ୍ଧ ସ୍ଥିତି ପ୍ରସଂଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ କ’ଣ ରହିବ? ସରକାର କେତେ ପ୍ରସ୍ତୁତ ଅଛନ୍ତି ସେ ନେଇ ଆଲୋଚନା ହେବାର ସମ୍ଭାବନା ମଧ୍ୟ ରହିଛି।

Tag: #Parliament #BudgetSession #SecondPaseBudgetSession #FinanceMinister #NirmalaSitaraman

Comment