ଓଡ଼ିଶାଲାଇଭ୍ ବ୍ୟୁରୋ

 

ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ଭୁବନେଶ୍ଵର ମହାନଗର ନିଗମର ମେୟର ପ୍ରାର୍ଥୀମାନେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ଭୋଟ ଦେଇଛନ୍ତି।

ଆଜି ସକାଳେ ବିଏମସି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଦଳୀୟ କର୍ମୀମାନଙ୍କ ଗହଣରେ ଯାଇ ନୟାପଲ୍ଲୀସ୍ଥିତ ଉତ୍କଳମଣି ସରକାରୀ ୟୁପି ହାଇସ୍କୁଲର ୪୦୭ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ୪୦୮ ନମ୍ବର ବୁଥ୍‌ରେ ସେ ଭୋଟ ଦେଇଥାନ୍ତେ, କିନ୍ତୁ ଇଭିଏମ୍ ମେସିନ ତ୍ରୁଟି କାରଣରୁ ସେ ୪୦୭ ନମ୍ବର ବୁଥରେ ଭୋଟ ଦେଇଥିବା ଜଣାପଡ଼ିଛି।

ସେହିପରି ବିଏମସିର ବିଜେପି ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ମଧ୍ୟ ଭୋଟ ଦେଇଛନ୍ତି। ଦଳୀୟ କର୍ମୀମାନଙ୍କ ଗହଣରେ ଯାଇ ସୁନୀତି ଭୁବନେଶ୍ଵର ଝାରପଡ଼ା ହାଇସ୍କୁଲଠାରେ ମତଦାନ କରିଥିଲେ।

ଏହା ସହ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଆଇଆରସି ଭିଲେଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ସେକ୍ଟର ୨୫୩ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି। ସେ ଦଳୀୟ କର୍ମୀମାନଙ୍କ ଗହଣରେ ଯାଇ ଭୋଟ ଦେଇଥିଲେ।

Tags: #AssemblyElection2022 #OdishaAssemblyElection #BMC #Mayor #OdishaAssemblyElection2022 #BJD #BJP #congress

Comment