ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଲାଗି ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ। ୪ ହଜାର ୩୭୩ ବୁଥ୍‌ରେ ମୋଟ ୪୦ଲକ୍ଷ ୫୫ହଜାର ୫୩ଜଣ ସହରୀ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି। କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହି ସମସ୍ତ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିଛି।

ସହରାଞ୍ଚଳରେ ଗୋଟିଏ ଲେଖାଏଁ ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କ ବୁଥ୍ ଏବଂ ଆଦର୍ଶ ବୁଥ ରହିଛି। ପ୍ରତି ମହାନଗର ନିଗମରେ ୫ଟି ଲେଖାଏଁ ପିଙ୍କ୍ ଓ ମଡ଼େଲ ବୁଥ୍ ରହିଛି। ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପୋଷ୍ଟାଲ ବାଲଟ୍ ଜରିଆରେ ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି।

Tags: #Election #MunicipalElection #MunicipalElection2022 #BMC #CMC #BeMC #BJD #BJP #Congress #Mayor #Councillor #Corporater

Comment