ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜେଡି ବାଜି ମାରିଛି। ପୌରାଧ୍ୟକ୍ଷ ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସରିତା ସାହୁ। ୨୧ଟି ଓ୍ଵାର୍ଡରୁ ବିଜେଡିକୁ ୧୧ଟି, କଂଗ୍ରେସକୁ ୫ଟି ଏବଂ ବିଜେପିକୁ ଗୋଟିଏ ଆସନରେ ଜିତ ହାସଲ ହୋଇଛି। ବିଜେଡିରୁ ବହିଷ୍କୃତ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ୪ ଜଣ ବିଜୟୀ ହୋଇଛନ୍ତି।

ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ ସରିତା ସାହୁ ୧୩ ହଜାର ୭୫୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶନିବାର କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ଭୋଟ ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯାଇଥିଲା।

ସରିତା ସାହୁ ବିଜେପି ପ୍ରାର୍ଥୀ ମିନାକ୍ଷୀ ଦାଶଙ୍କୁ ପରାସ୍ତ କରିଛନ୍ତି। ସାରିତା ମୋଟ ୧୮,୨୫୨ ଖଣ୍ଡ ଭୋଟ ପାଇଥିଲେ। ମିନାକ୍ଷୀ ଦାଶଙ୍କୁ ୪,୪୯୪ ଖଣ୍ଡ ଭୋଟ୍ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ୩୭୮୦ ଖଣ୍ଡ ଭୋଟ ପାଇଛନ୍ତି।

୧ ନମ୍ବର ଓ୍ଵାର୍ଡରୁ ବିଜେଡି ପ୍ରାର୍ଥୀ ପୁଷ୍ପଲତା ବେହେରା, ୫ ନମ୍ବର ଓ୍ଵାର୍ଡରୁ ବିଜେଡିର ନିରାକାର ସ୍ଵାଇଁ, ୬ନମ୍ବର ଓ୍ଵାର୍ଡରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ଜେନା, ୮ ନମ୍ବରରୁ ବିଜେଡିର ସ୍ମୃତିପ୍ରଜ୍ଞା ଶତପଥି, ୯ ନମ୍ବରରୁ ବିଜେଡିର ଅଭୟ ବେହେରା, ୧୧ ନମ୍ବରରୁ ବିଜେଡିର ପୁଷ୍ପାଞ୍ଜଳି ବସ୍ତିଆ, ୧୪ ନମ୍ବରରୁ ବିଜେଡିର ଆକବରୀ ଖାତୁନ୍, ୧୫ ନମ୍ବରରୁ ବିଜେଡିର ହବିବା ବେଗମ୍, ୧୭ ନମ୍ବରରୁ ବିଜେଡିର ଉମେଶ ନାୟକ, ୧୮ ନମ୍ବରରୁ ବିଜେଡିର ଚୌଧୁରୀ ସୁକୁମାର ଦାସ, ୨୧ ନମ୍ବରରୁ ବିଜେଡିର ପ୍ରଭାଶିଷ ପଣ୍ଡା ବିଜୟୀ ହୋଇଛନ୍ତି।

ସେହିପରି ୩ ନମ୍ବରରୁ କଂଗ୍ରେସର ତୁଳସୀ ହେମ୍ବ୍ରମ୍,  ୭ ନମ୍ବରରୁ କଂଗ୍ରେସର ଜୟନ୍ତୀ ପାଣି, ୧୨ ନମ୍ବରରୁ କଂଗ୍ରେସର ରିହାନା ଖାତୁନ୍, ୧୬ ନମ୍ବରରୁ କଂଗ୍ରେସର ଫର୍ଜାନା ଖାତୁନ୍ ଓ ୧୯ ନମ୍ବରରୁ କଂଗ୍ରେସର ରମେଶ ଚନ୍ଦ୍ର ଦାସ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଅସୀମା ନାୟକ ୨୦ ନମ୍ବର ଓ୍ଵାର୍ଡରୁ ବରିଷ୍ଠ ବିଜେଡି ନେତା ଶରତ ବେହୁରାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।

ଏହା ସହ ବିଜେଡିରୁ ବହିଷ୍କୃତ ହୋଇଥିବା ୨ ନମ୍ବର ଓ୍ଵାର୍ଡରୁ ବରିଷ୍ଠ ନେତା କାଳିପ୍ରସାଦ ମିଶ୍ର, ୪ନମ୍ବରରୁ ଶୁଭଶ୍ରୀ ନିବେଦିତା ସ୍ଵାଇଁ, ୧୦ ନମ୍ବରରୁ ରଶ୍ମିତା ସିଂହ ଓ  ୧୩ ନମ୍ବର ଓ୍ଵାର୍ଡରୁ ସେକ୍ ଅସ୍ଲାମ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି।

#MunicipalElection #KendraparMunicipalElection #BeMC #MunicipalElectionResult #VoteCounting #BJDWins

Comment