ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ ଗଣତି। ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ପ୍ରାର୍ଥୀ, ନେତା ଏବଂ ଜନତା। କିଏ ହାରିବ ଆଉ କିଏ ବାଜି ମାରିବ ତାହାରି ଉପରେ ଏବେ ସମସ୍ତଙ୍କ ନଜର। ଇତି ମଧ୍ୟରେ କଟକ ମେୟର ଭୋଟ ଗଣତି ଚାଲିଛି। ସକାଳ ୧୦ଟା ୩୦ ସୁଦ୍ଧା କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା ୫,୯୪୯ ଭୋଟରେ ଆଗରେ ରହିଛନ୍ତି।

ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। କଟକ ମେୟର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। କଟକ ମହାନଗର ନିଗମ ମେୟର ପ୍ରାର୍ଥୀ କଂଗ୍ରେସର ଗିରିବାଳା ବେହେରା ଆଗରେ ରହିଛନ୍ତି। ଦ୍ଵିତୀୟରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ ଏବଂ ପଛରେ ପଡ଼ିଯାଇଛନ୍ତି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ।

ତାଜା ରିପୋର୍ଟ ଅନୁସାରେ ଗିରିବାଳା ବେହେରା ୫,୯୪୯ ଭୋଟରେ ଆଗରେ ରହିଛନ୍ତି। ଏହା ସହ ବିଜେଡି ପ୍ରାର୍ଥୀ ସୁବାସ ସିଂ ୫,୫୭୪ ଖଣ୍ଡ ଭୋଟରେ ଏବଂ ଶ୍ରୀତମ ଦାସ ୨୩୦୬ଟି ଭୋଟରେ ଆଗଉଛନ୍ତି।

Tags: #Election #MunicipalElection2022 #OdishaElection #OdishaMunicipalElection2022

Comment