ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ପୌର ଭୋଟ୍ ଗଣତି। ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ। ସକାଳ ୧୧ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି।  ବିଜେଡିର ସଂଘମିତ୍ରା ଦଳେଇ ୩୧୫୦ ଖଣ୍ଡ ଭୋଟରେ ଆଗେଇ ଚାଲିଥିବାବେଳେ ବିଜେପିର ସବିତା ସୁଅର ୨୪୪୨ ଖଣ୍ଡ ଭୋଟରେ ଆଗେଇ ଚାଲିଛିନ୍ତି।

ହେଲେ ବ୍ରହ୍ମପୁରରେ ଏଥର ପଛରେ ପଡ଼ିଯାଇଛି କଂଗ୍ରେସ। ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବ୍ରହ୍ମପୁରରେ କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥ ମାତ୍ର ୨୧୧ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି।ଅନ୍ୟପକ୍ଷେ କଟକ ମହାନଗର ନିଗମରେ ବିଜେଡି ଏବଂ କଂଗ୍ରେସ ମେୟର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। ସେହିପରି ଭୁବନେଶ୍ଵର ମହାନଗର ନିଗମ ଏଥର ପ୍ରଥମ ମେୟର ପାଇବାକୁ ଯାଉଥିବା ବେଳେ ଶୁକ୍ରବାର ବିଜେବି କଲେଜର ଇଭିଏମ୍ ଷ୍ଟ୍ରଙ୍ଗରୁମକୁ ନେଇ ହୋଇଥିବା ଉତ୍ତେଜନା ପାଇଁ ଭୋଟ୍ ଗଣତି ବିଳମ୍ଵରେ ଆରମ୍ଭ ହୋଇଛି।

ଏଥର ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ଆଜି ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ଭୋଟ୍ ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା  କରାଯାଇଛି।

Tag: #MunicipalElection #BehhampurMunicipalCorporation #BeMC #MunicipalElectionResult

Comment