ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଏପ୍ରିଲ ୧୦ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ କୋଭିଡ ମହାମାରୀର ପ୍ରକୋପ କମିଛି। କିନ୍ତୁ ଏସିଆ ଏବଂ ୟୁରୋପ ଭଳି ଦେଶଗୁଡ଼ିକରେ କୋଭିଡର ଚତୁର୍ଥ ଲହର ଦେଖାଦେଇଛି। ଭାରତ ନାଗରିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଯେଉଁମାନେ କୋଭିଡର ଦୁଇଟି ଯାକ ଡୋଜ ନେଇସାରିଥିବେ ସେମାନେ ଏହି ବୁଷ୍ଟର ଡୋଜ ନେଇପାରିବେ। ଦ୍ଵିତୀୟ କୋଭିଡ ଟିକା ଦେବାର ୯ ମାସ ପରେ ଏହି ବୁଷ୍ଟର ଡୋଜ ନେବାକୁ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ରହିବ। ଏଠାରେ ମାଗଣାରେ ଟିକା ନେଇ ହେବ। କୋଭିଡ ଟିକା ନେଇନଥିବା ବ୍ୟକ୍ତିମାନେ ଏଠାରେ ପ୍ରଥମ କିମ୍ବା ଦ୍ଵିତୀୟ ଡୋଜ ଟିକା ନେଇପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୯୬ ପ୍ରତିଶତ ଲୋକ କୋଭିଡ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି। ସେହିପରି ୮୩ ପ୍ରତିଶତ ଲୋକ ଦ୍ଵିତୀୟ ଡୋଜ ନେଇଛନ୍ତି।

Tags: #Covid19 #CovidVaccine #BoosterDose #CoronaVirus #India

LEAVE A REPLY

Please enter your comment!
Please enter your name here