ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ବିଏମ୍‌ସିର ଡେପୁଟି ମେୟର ପାଇଁ ଅନେକ ଆଶାୟୀ ରହିଥିଲେ। କିନ୍ତୁ ଦଳ ମଞ୍ଜୁଲତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା।

ମଞ୍ଜୁଲତା କହଁର ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ଶନିବାର ବିଏମ୍‌ସି ଡେପୁଟି ମେୟର ପାଇଁ ନିର୍ବାଚନ ହୋଇଥିଲା। ବିଜେପିର କର୍ପୋରେଟର ସଂଖ୍ୟା କମ୍ ଥିବାରୁ ଦଳ ପକ୍ଷରୁ କାହାରିକୁ ପ୍ରାର୍ଥୀ କରାଯାଇନଥିଲା। ଆଜିର ନିର୍ବାଚନରେ ମଞ୍ଜୁଲତା ଡେପୁଟି ମେୟର ହେବା ପ୍ରାୟ ସୁନିଶ୍ଚିତ ଥିଲା।

ମଞ୍ଜୁଲତା କହଁର ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି। ରାଜଧାନୀର ଡେପୁଟି ମେୟର ହେବେ ବୋଲି ସେ କେବେ ଆଶା କରିନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ମୁଞ୍ଜୁଲତା। ରାଜଧାନୀରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

Tags: #BMCDeputyMayor #DeputyMayorElection #ManjulataKanhar #BJD

Comment