ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ଯୋଗୁଁ ଭାରତକୁ ଅନେକ ପରିମାଣରେ ଫାଇଦା ହୋଇଛି। ଟିକାକରଣ ଯୋଗୁଁ ଦେଶରେ କୋଭିଡ ପରିସ୍ଥିତିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିବାରେ ସଫଳତା ମଧ୍ୟ ମିଳିଛି। କିନ୍ତୁ ପିଲାଙ୍କ ପାଇଁ କୋଭିଡ ଟିକା ବାହାରି ନଥିବାରୁ ଏହାକୁ ନେଇ ଅଭିଭାବକଙ୍କୁ ଚିନ୍ତିତ ହେବାକୁ ପଡ଼ୁଥିଲା। ଏବେ ସମସ୍ତଙ୍କ ପାଇଁ ଖୁସି ଖବର ୬ରୁ ୧୨ ବର୍ଷ ବୟସର ପିଲାଙ୍କୁ ଏବେ ଦିଆଯିବ କୋଭିଡ ଟିକା। ଏହି ବର୍ଗର ପିଲାଙ୍କୁ ‘କୋଭାକ୍ସିନ’ ଟିକା ଦେବା ଲାଗି ଅନୁମତି ମିଳିଛି।

୬ରୁ ୧୨ ବର୍ଷ ବୟସର ପିଲାଙ୍କୁ ‘କୋଭାକ୍ସିନ’ ଟିକା ଦିଆଯିବ। ଏ ନେଇ ଡ୍ରଗ୍ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏଣିକି ପିଲାଙ୍କୁ କୋଭିଡ ସଂକ୍ରମଣରୁ ସୁରକ୍ଷା ଦେବ ‘କୋଭାକ୍ସିନ’।

Tags: #Covid19 #CovidVaccine #Covaxin #Children

Comment