ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ସୋମବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତା ମେ’ ୪ ତାରିଖରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ଆସନ୍ତା ମେ’ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ। ମେ’ ୧୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ମେ’ ୩୧ ତାରିଖରେ ଭୋଟ ଗ୍ରହଣ ଏବଂ ଆସନ୍ତା ଜୁନ ୩ ତାରିଖରେ ଭୋଟ ଗଣତି କରାଯିବ।

ପ୍ରାର୍ଥିପତ୍ର ଦାଖଲ ପାଇଁ ଏବେ କମ୍ ସମୟ ରହିଛି। ଅନ୍ୟ ପକ୍ଷରେ ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନୀ ପ୍ରଚାର ପାଇଁ ଅଧିକ ସମୟ ମିଳିପାରିବ ନାହିଁ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜନୈତିକ ଦଳଗୁଡ଼ିକ କାହାକୁ ପ୍ରାର୍ଥୀ କରିବେ?

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ବିଧାନସଭା ଆସନ ଖାଲିପଡ଼ି ଥିଲା। ଉପନିର୍ବାଚନ ପରେ ଏହି ଆସନ ପୂରଣ ହେବ। ମୃତ ବିଧାୟକଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Tags: #BrajarajNagarByElection #VotingonMay31 #ElectionCommission #BJD #BJP #Congress

Comment