ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହାର ମାରିଛି। ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଗତ ରବିବାର ଦିନ ବିଜେପି ରାଧାରାଣୀ ପଣ୍ଡାଙ୍କ ନାଁ ଘୋଷଣା କରିଛି।

ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ରାଧାରାଣୀ ପଣ୍ଡା ବିଜେପି ରାଷ୍ଟ୍ରୀୟ ଓ ରାଜ୍ୟ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ରାଧାରାଣୀ ପଣ୍ଡା ପୂର୍ବରୁ ବିଧାୟିକା ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି। ବିଜେପି ବିଧାୟିକା ଭାବେ ବିଧାନସଭାରେ ଉତ୍ତମ ପ୍ରଦର୍ଶନ କରିବା ସହ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି।

ରାଧାରାଣୀ ପଣ୍ଡା ୨୦୧୪ ମସିହା ବ୍ରଜରାଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ ମସିହା ବିଧାନସଭା ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପରାସ୍ତ ହୋଇଥିଲେ। ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଅନେକ ଆଶାୟୀ ରେସରେ ରହିଥିଲେ। କିନ୍ତୁ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ଯୋଗୁଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରାଯିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Tags: #Politics #OdishaPolitics #BrajarajnagarByElection #Election #OdishaElection #BJP #RadharaniPanda

Comment