ଓଡ଼ିଶାଲାଇଭ୍ ବ୍ୟୁରୋ

ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (ୱାଟକୋ)କୁ ବୁଧବାର ସମ୍ମାନଜନକ ‘ଡିଷ୍ଟିଙ୍କସନ ଅଫ୍ ଗ୍ଲୋବାଲ୍ ୱାଟର ଲିଡର ପୁରସ୍କାର ୨୦୨୨ ’ ପ୍ରଦାନ କରାଯାଇଛି। ସ୍ପେନଠାରେ ଆୟୋଜିତ ଗ୍ଲୋବାଲ ୱାଟର ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ୱାଟକୋର ଅଧ୍ୟକ୍ଷ ଜି ମାଥିଭାଥାନନ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଗ୍ଲୋବାଲ ୱାଟର ଇଣ୍ଟେଲିଜେନ୍ସ (ଜିଡବ୍ଲ୍ୟୁଆଇ) ଗ୍ଲୋବାଲ ୱାଟର ସମ୍ମିଳନୀ ୨୦୨୨ ଅବସରରେ ୨୦୨୧ ମସିହାର ଶିଳ୍ପ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସଫଳତା ପାଇଁ ୱାଟକୋ ନିମନ୍ତେ ଏହି ପୁରସ୍କାର ଘୋଷଣା କରାଯାଇଛି।  

ୱାଟକୋ ଅଧିନରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ପ୍ରତି ଘରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ପ୍ରତି ଘରକୁ ଟ୍ୟାପ ଜଳ ଯୋଗାଣ ଶତପ୍ରତିଶତ ସଫଳତା ହାସଲ କରିଛି। ୱାଟକୋର ଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଥିବା ୱାଟକୋକୁ ବିଶ୍ୱ ସ୍ତରରେରେ ସମ୍ମାନିତ କରାଯାଇଛି।

Tags: #WATCO #GlobalWaterLeaderAward #WaterSupply #DrinkFromTap

Comment