ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକଙ୍କୁ ଭୟଭୀତ କରାଇବା ଉଦ୍ଦେଶ୍ୟରେ ଫାଙ୍କା ଗୁଳି ଚଳାଇ ଗିରଫ ହୋଇଛନ୍ତି ଜଣେ ଯୁବକ। ଏହି ଘଟିଣା ଘଟିଛି ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଖଣ୍ଡପଡ଼ା ରୋଡ ଲକ୍ଷ୍ମଣ ନଗରରେ। ଗିରଫ ଅଭିଯୁକ୍ତ ହେଲେ ଲକ୍ଷ୍ମଣ ନଗରର ତ୍ରୈଲୋକ୍ୟ ସୁନ୍ଦର ବାଜପାୟୀ।

ଗତ ଗୁରୁବାର ଅପରାହ୍ଣରେ ଲକ୍ଷ୍ମଣ ନଗରର ଜନସାଧାରଣଙ୍କ ଯାତାୟତ ରାସ୍ତାକୁ ନେଇ ବିଭୂପ୍ରସାଦ ପାଣିଗ୍ରାହୀ ନାମକ ବ୍ୟକ୍ତି ସହ ତ୍ରୈଲୋକ୍ୟ ବାଜପାୟୀଙ୍କର ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ରାଗି ଯାଇ ତ୍ରୈଲୋକ୍ୟ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ବିଭୂପ୍ରସାଦଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।

ଏ ନେଇ ବିଭୂପ୍ରସାଦ ନୟାଗଡ଼ ଥାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତ୍ରୈଲୋକ୍ୟକୁ ଗୁରୁବାର ସନ୍ଧ୍ୟା ସମୟରେ ଗିରଫ କରିବା ସହ ତାଙ୍କ ବନ୍ଧୁକଟିକୁ ଜବତ କରିଛି। ଅଭିଯୁକ୍ତ ତ୍ରୈଲୋକ୍ୟକୁ କୋର୍ଟ ଚାଲାଣ କରାଯାଇଛି।

Tags: #Crime #Firing #BlankFiring #Polict

Comment