ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୨ ତାରିଖରେ ହେବାକୁ ଥିବା ଏହି ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ  ସୋମବାର ଜିଲ୍ଲା ପୋଲିସ ହୋଟେଲ ମାଲିକମାନଙ୍କ ସହ ଆଲୋଚନା ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି।

ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ପୁରୀ ଏସପି  କଓ୍ୱଁର ବିଶାଲ ସିଂହ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହୋଟେଲର ସିସିଟିଭି ଫୁଟେଜଗୁଡ଼ିକୁ ୧ ସପ୍ତାହ ପର୍ଯ୍ୟନ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ପର୍ଯ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଦେବାକୁ ନିର୍ଦ୍ଦେଶ ରହିଛି।

ଜିଲ୍ଲା ପୋଲିସ ପକ୍ଷରୁ ପର୍ଯ୍ୟଟକଙ୍କ ଲାଗି ପୋଲିସ ହେଲ୍‌ପଲାଇନ୍‌ ନମ୍ବର – ୬୩୭୦୯୬୭୧୦୦ ଜାରି କରାଯାଇଛି। ଏହି ହେଲ୍‌ପଲାଇନ ନମ୍ବରରେ ପର୍ଯ୍ୟଟକମାନେ ପୋଲିସକୁ ଅଭିଯୋଗ କରିପାରିବେ।  ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ସମସ୍ତଙ୍କ ସହାୟତା ଲୋଡ଼ିଛି।

LEAVE A REPLY

Please enter your comment!
Please enter your name here