ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଆକଳନ କାହା ହାତକୁ ଆସିବ ବ୍ରଜରାଜନଗରର କ୍ଷମତା। କିଏ ବାଜି ମାରିବ ଆଉ କିଏ ହାରିବ? ବ୍ରଜରାଜନଗର ଭୋଟରଙ୍କ ଆସ୍ଥା ଜିତିବାରେ କିଏ ସଫଳ ହେବ ଆଉ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ।

ବ୍ରଜରାନଗର ବିଧାନସଭା ଉପନିର୍ବାଚନ ପାଇଁ ଗତ ମେ’ ୩୧ ତାରିଖ ଭୋଟ ଗ୍ରହଣ ହୋଇଥିଲା। ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୦ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହୋଇ ଅପରାହ୍ଣ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ଭୋଟ ଗଣତି ପାଇଁ ନିୟୋଜିତ ହୋଇଛନ୍ତ ମୋଟ ୬୦ ଜଣ। ବର୍ତ୍ତମାନ ସୁଦ୍ଧା ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି।

ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ରାଜ୍ୟର ପ୍ରମୁଖ ତିନିଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିବା ଦେଖିବାକୁ ମିଳିଥିଲା। ଆଜିର ଭୋଟ ଗଣତି ବେଳେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି।

ଷଷ୍ଠ ରାଉଣ୍ଡ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୨୯,୮୮୮ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୭,୮୧୮ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୬,୦୮୮ ଖଣ୍ଡ ଭୋଟ ମିଳିଛି।

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୩,୫୮୯ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧,୧୪୪ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧,୦୧୪ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତିଙ୍କୁ ୫,୫୧୫ ଖଣ୍ଡ ଭୋଟ ମିଳିଥିବାବେଳେ ରାଧାରାଣୀ ପଣ୍ଡାଙ୍କୁ ୧,୪୭୯ ଖଣ୍ଡ ଏବଂ କିଶୋର ପଟେଲଙ୍କୁ ୬୮୫ ଖଣ୍ଡ ଭୋଟ ମିଳିଛି।

ତୃତୀୟ ରାଉଣ୍ଡରେ ବିଜେଡିକୁ ୫,୭୮୫ ଖଣ୍ଡ, ବିଜେପିକୁ, ୧,୨୧୮ ଖଣ୍ଡ ଏବଂ କଂଗ୍ରେସକୁ ୯୭୮ ଖଣ୍ଡ ଭୋଟ ମିଳିଛି। ବର୍ତ୍ତମାନ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଚାଲିଛି। ଚତୁର୍ଥ ରାଉଣ୍ଡରେ ହଠାତ୍ ବିଜେଡିର ସଂଖ୍ୟା ବୃଦ୍ଧି ହୋଇଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୨୦,୮୨୦ ଖଣ୍ଡ ଭୋଟ ହାତେଇ ସବୁଠାରୁ ଆଗରେ ରହିଛନ୍ତି। ବିଜେଡି ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା, ତାଙ୍କୁ ମିଳିଛି ୫,୨୬୦ ଖଣ୍ଡ ଭୋଟ। କଂଗ୍ରେସ ଯେଉଁ ଆକଳନ ଲଗାଇଥିବା କିଶୋର ପଟେଲଙ୍କୁ ନେଇ ତାହା ଟିକେ ନିରାଶ ଜନକ ହୋଇଛି ୩,୫୬୦ ଖଣ୍ଡ ଭୋଟ ପାଇ ପଛରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ।

Tags: #Politics #Election #ByElection #BrajarajnagarByElection #Result #VoteCounting

Comment