ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ମୋଟ ୨୦ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହେବ। ବର୍ତ୍ତମାନ ସୁଦ୍ଧା ୧୬ଟି ରାଉଣ୍ଡ ଭୋଟ ଗଣତି ହୋଇଛି। ଏଥିରେ ସମସ୍ତଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି। ଅଳକା ମହାନ୍ତିଙ୍କୁ ୭୫,୩୧୭ ଖଣ୍ଡ ଭୋଟ ମିଳିଛି। ୧୧ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ପଛରେ ବିଜେପି ରହିଥିବାବେଳେ ତା’ ପଛକୁ ରହିଥିଲା କଂଗ୍ରେସ। କିନ୍ତୁ ଏବେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପଛରେ ପକାଇ ଆଗୁଆ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ। କିଶୋର ପଟେଲଙ୍କୁ ୨୧,୨୨୧ ଖଣ୍ଡ ଭୋଟ ମିଳିଥିବାବେଳେ ରାଧାରାଣୀ ପଣ୍ଡାଙ୍କୁ ୧୮,୮୯୭ ଖଣ୍ଡ ଭୋଟ ମିଳିଛି।

୧୫ ରାଉଣ୍ଡ ଭୋଟ ଗଣତିରେ ଅଳକା ମହାନ୍ତିଙ୍କୁ ୭୧,୭୧୩ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୦,୨୧୨ ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୬,୮୩୧ ଖଣ୍ଡ ଭୋଟ ମିଳିଥିଲା।

ଏହା ପୂର୍ବରୁ ଷଷ୍ଠ ରାଉଣ୍ଡ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୨୯,୮୮୮ ଖଣ୍ଡ ଭୋଟ ମିଳିଥିଲା। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୭,୮୧୮ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୬,୦୮୮ ଖଣ୍ଡ ଭୋଟ ମିଳିଥିଲା।  

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୩,୫୮୯ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧,୧୪୪ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧,୦୧୪ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଳକା ମହାନ୍ତିଙ୍କୁ ୫,୫୧୫ ଖଣ୍ଡ ଭୋଟ ମିଳିଥିବାବେଳେ ରାଧାରାଣୀ ପଣ୍ଡାଙ୍କୁ ୧,୪୭୯ ଖଣ୍ଡ ଏବଂ କିଶୋର ପଟେଲଙ୍କୁ ୬୮୫ ଖଣ୍ଡ ଭୋଟ ମିଳିଥିଲା।

ତୃତୀୟ ରାଉଣ୍ଡରେ ବିଜେଡିକୁ ୫,୭୮୫ ଖଣ୍ଡ, ବିଜେପିକୁ ୧,୨୧୮ ଖଣ୍ଡ ଏବଂ କଂଗ୍ରେସକୁ ୯୭୮ ଖଣ୍ଡ ଭୋଟ ମିଳିଥିବାବେଳେ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୨୦,୮୨୦ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୫,୨୬୦ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୩,୫୬୦ ଖଣ୍ଡ ଭୋଟ ମିଳିଥିଲା।

ବ୍ରଜରାନଗର ବିଧାନସଭା ଉପନିର୍ବାଚନ ପାଇଁ ଗତ ମେ’ ୩୧ ତାରିଖ ଭୋଟ ଗ୍ରହଣ ହୋଇଥିଲା। ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୦ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହୋଇ ଅପରାହ୍ଣ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ଭୋଟ ଗଣତି ପାଇଁ ନିୟୋଜିତ ହୋଇଛନ୍ତି ମୋଟ ୬୦ ଜଣ।

Tags: #Politics #Election #ByElection #BrajarajnagarByElection #Result #VoteCounting

Comment