ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବଜରାଜନଗରରେ ବିଜେଡି ବାଜି ମାରିଲା। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି। ଅଳକା ମହାନ୍ତିଙ୍କୁ ୯୩,୭୯୦ ଖଣ୍ଡ ଭୋଟ ମିଳିଛି। ଦ୍ଵିତୀୟରେ ରହିଥିବା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ମିଳିଛି ୨୭,୫୬୫ ଖଣ୍ଡ ଭୋଟ ଏବଂ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨,୩୧୬ ଖଣ୍ଡ ଭୋଟ ପାଇଛନ୍ତି।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡି ବିପୁଳ ପରିମାଣରେ ଭୋଟ ହାତେଇ ବାଜିମାତ କରିଛି। ବ୍ରଜରାଜନଗର ଭୋଟରଙ୍କ ଭରସା ଜିଣିବାରେ ସଫଳ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ପ୍ରାୟ ୬୫ ହଜାର ଭୋଟରେ ଜିତ ହାସଲ କରିଛନ୍ତି ଅଳକା ମହାନ୍ତି। ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଛନ୍ତି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା।

କଡ଼ା ସୁରକ୍ଷା ମଧ୍ୟରେ ଚାଲିଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ମୋଟ ୨୦ଟି ରାଉଣ୍ଡରେ ଭୋଟ ଗଣତି ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩,୭୯୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

ବ୍ରଜରାନଗର ବିଧାନସଭା ଉପନିର୍ବାଚନ ପାଇଁ ଗତ ମେ’ ୩୧ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଭୋଟ ଗଣତି ପାଇଁ ନିୟୋଜିତ ହୋଇଥିଲେ ମୋଟ ୬୦ ଜଣ।

Tags: #Politics #Election #ByElection #BrajarajnagarByElection #ElectionResult #VoteCounting

Comment