ଓଡ଼ିଶାଲାଇଭ୍ ବ୍ୟୁରୋ

ବାରାଣାସୀ ସିରିଜ ବିସ୍ଫୋରଣ ମାମଲାରେ ସୋମବାର ୧୬ ବର୍ଷ ପରେ ରାୟ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସ୍ଵତନ୍ତ୍ର କୋର୍ଟ ଆତଙ୍କବାଦୀ ଭଲୀଉଲ୍ଲା ଖାନକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ଗତ ୨୦୦୬ ମାର୍ଚ୍ଚ ୭ ତାରିଖରେ ବାରାଣାସୀର ସଙ୍କଟମୋଟନ ମନ୍ଦିର ଏବଂ କେଣ୍ଟ ରେଲଓ୍ଵେ ଷ୍ଟେସନରେ ସିରିଜ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୧୮ ଜଣ ପ୍ରାଣ ହରାଇଥିବାବେଳେ ୩୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ଦିନ ସନ୍ଧ୍ୟାରେ ଦଶାଶ୍ଵେମେଧ ଘାଟରେ ମଧ୍ୟ ବିସ୍ଫୋରଣ ହୋଇଥିଲା।

ଏହି ମାମଲାରେ ବାରାଣାସୀ ପୋଲିସ ୨୦୦୬ ଏପ୍ରିଲ ୫ ତାରିଖରେ ଆହ୍ଲାବାଦର ଫୁଲପୁର ଗାଁର ଭଲିଉଲ୍ଲା ଖାନଙ୍କୁ ଲକ୍ଷ୍ନୌର ଗୋସାଇଗଞ୍ଜ ଅଞ୍ଚଳରୁ ଗିରଫ କରିଥିଲା। କୋର୍ଟ ସଙ୍କଟ ମୋଚନ ମନ୍ଦିର ଏବଂ ବାରାଣାସୀ କେଣ୍ଟ ରେଲଓ୍ଵେ ଷ୍ଟେସନରେ ବିସ୍ଫୋରଣ ଷଡ଼ଯନ୍ତ୍ର କରିବା, ତାକୁ କାର୍ଯ୍ୟକାରୀ କରିବା ଏବଂ ବିସ୍ଫୋରଣ କରି ଆତଙ୍କ ସୃଷ୍ଟି କରିବା ଆଦି ମାମଲାରେ ଭଲୀଉଲ୍ଲାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ବଲୀଉଲ୍ଲାର କେସ ଲଢ଼ିବା ପାଇଁ ବାରାଣାସୀର ଓକିଲ ମନା କରିଦେଇଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାକୁ ଗାଜିଆବାଦ ଜିଲ୍ଲା ଜଜଙ୍କ ଅଦାଲତକୁ ଟ୍ରାନ୍ସଫର କରିଦେଇଥିଲେ। ସେବେଠାରୁ ଏହି ମାମଲାର ଶୁଣାଣି ଗାଜିଆବାଦ ସ୍ଥିତ ଜିଲ୍ଲା ଜଜଙ୍କ କୋର୍ଟରେ ହେଉଥିଲା।

Tags: #Crime #SerialBlast #TerroristWaliullah #GhaziabadCourt

Comment