ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଶନିବାର ଅପରାହ୍‌ଣରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମଥର ଲାଗି ରାଜ୍ୟର ବଜେଟ ଅଟକଳ ୨ ଲକ୍ଷ କୋଟି ଟଙ୍କା ହୋଇଛି, ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୭.୬ ପ୍ରତିଶତ ଅଧିକ। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟ ବଜେଟକୁ କୃଷି ବଜେଟ ଓ ସାଧାରଣ ବଜେଟ ଏହିପରି ଦୁଇଟି ଭାଗରେ ବିଭକ୍ତ କରାଯାଇଛି।

ଆସନ୍ତୁ ଜାଣିବା ଚଳିତ ବଜେଟର କିଛି ହାଇଲାଇଟ୍‌ସ –

  • ଚଳିତ ବଜେଟର ମୋଟ ପରିମାଣ ରହିଛି ୨ ଲକ୍ଷ କୋଟି ଟଙ୍କା, ଯାହା ରାଜ୍ୟରେ ପ୍ରଥମ
  • ଚଳିତ ବଜେଟରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ପାଇଁ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି
  • ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ର ପାଇଁ ମୋଟ ୧୨,୬୨୪ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ସରକାର
  • ଶିକ୍ଷା ବ୍ୟବସ୍ଥା ଓ ଦକ୍ଷତା ବିକାଶର ରୂପାନ୍ତରୀକରଣ ଲାଗି ୨୭,୩୨୪ କୋଟି ଟଙ୍କାର ବ୍ୟୟବରାଦ ରହିଛି
  • ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ପୁଞ୍ଜି ବିନିଯୋଗ ଲାଗି ମୋଟ ୩୮,୭୩୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି
  • ପର୍ଯ୍ୟଟନ କ୍ଷେତ୍ର ଲାଗି ଏଥର ୫୯୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ସରକାର
  • ରାଜ୍ୟରେ କ୍ରୀଡ଼ା ଏବଂ ଯୁବ ସେବା କ୍ଷେତ୍ର ଲାଗି ଚଳିତ ଆର୍ଥିକ ବର୍ଷରେ ମୋଟ ୯୧୧ କୋଟି ଟଙ୍କାର ବ୍ୟୟବରାଦ ରହିଛି
  • ବସୁଧା ଯୋଜନା ଅଧୀନରେ ଗ୍ରାମୀଣ ଓ ସହରୀ ଜଳ ଯୋଗାଣ ପାଇଁ ୨,୩୯୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଓ ବିଜୁ ପକ୍କାଘର ଯୋଜନାର ସମନ୍ଵୟ ମାଧ୍ୟମରେ ପକ୍କାଘର ନିର୍ମାଣ ପାଇଁ ଚଳିତ ବଜେଟରେ ୫,୯୦୬ କୋଟିର ବ୍ୟୟବରାଦ ରହିଛି
  • ୨୦୨୨-୨୩ ଆର୍ଥିକ ବର୍ଷରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୨୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
  • କିଲୋ ପ୍ରତି ୧ ଟଙ୍କା ହିସାବରେ ଚାଉଳ ଯୋଗାଇଦେବା ଲାଗି ଚଳିତ ବଜେଟରେ ସର୍ବମୋଟ ୧,୦୨୩ କୋଟି ଟଙ୍କା ବ୍ୟୟବରାଦ ରହିଛି
  • ରାଜ୍ୟରେ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ୩,୪୮୨ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ରହିଛି
  • ହସ୍ତତନ୍ତ, ହସ୍ତଶିଳ୍ପ, ସେରିକଲଚର ଏବଂ ବୟନଶିଳ୍ପ କ୍ଷେତ୍ର ପାଇଁ ୨୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
  • ଖଣି କ୍ଷେତ୍ର ପାଇଁ ୧୮୩ ଜକୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥିମଧ୍ୟରେ ଆଇଥ୍ରୀଏମଏସ (i3MS) ପାଇଁ ୫୦ କୋଟି ଟଙ୍କା ଏବଂ ଖଣିଜ ଅନୁସନ୍ଧାନ ଏବଂ ନିଲାମ ପାଇଁ ୩୮ କୋଟି ଟଙ୍କା ଅନ୍ତର୍ଭୁକ୍ତ।
  • ଇଲେକଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଲାଗି ୩୦୨ କୋଟି ଟଙ୍କା ବ୍ୟୟବରାଦ ରହିଛି
  • ବିପର୍ଯ୍ୟୟ ପରିଚାଳନା ଲାଗି ୩,୨୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି
  • ଯୋଜନା ଓ ସମନ୍ଵୟ ବିଭାଗ ପାଇଁ ୩,୦୩୫ କୋଟି ଟଙ୍କାର ବ୍ୟୟବରାଦ ରହିଛି
  • ଓଡ଼ିଶା ଭାଷା, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଲାଗିଚଳିତ ବଜେଟରେ ୧୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି

Tags: #OdishaAssembly #MonsoonSession #Budget #Budget2022-23 #OdishaBudget #BudgetHighlights #ବଜେଟ #ଓଡ଼ିଶାବଜେଟ୨୦୨୨-୨୩

Comment