ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୦ ଦିନ ହେଲାଣି। ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ। ନ୍ୟାୟ ପାଇଁ ବିଜେବି କଲେଜ ଆଗରେ ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ଆଜି ଉଠାଇ ନେଇଛି ପୋଲିସ୍। ଆଜି ପର୍ଯ୍ୟନ୍ତ ୩ ଜଣ ସିନିଅରଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ ପୋଲିସ। ରୁଚିକା ଆତ୍ମହାତ୍ୟା ଘଟଣାରେ ବଡ଼ବଡ଼ିଆଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ରୁଚିକାଙ୍କ ମା’।

ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ ଦେହ କଲେଜ ହଷ୍ଟେଲରୁ ୧୦ ଦିନ ପୂର୍ବେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ଘଟଣାସ୍ଥଳରୁ ପୋଲିସକୁ ଏକ ସୁଇସାଇଡ ନୋଟ ମିଳିଥିଲା। ରାଗିଂ ଯୋଗୁଁ ରୁଚିକା ସୁଇସାଇଟ ପନ୍ଥା ଆପଣାଇଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିବା ସହ ତାଙ୍କ ମୃତ୍ୟୁ ପାଇଁ ତିନିଜଣ ସିନିଅରଙ୍କୁ ଦାୟୀ କରିଥିଲେ।

ପୋଲିସ୍ ଏହି ଘଟଣାରେ ୧୩୦ରୁ ଅଧିକ ବୟାନ ରେକର୍ଡ କରିଛି। କିନ୍ତୁ ତିନି ସିନିଅରଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରିନି ପୋଲିସ। ରୁଚିକାଙ୍କୁ ନ୍ୟାୟଦେବା ପାଇଁ ତାଙ୍କ ପରିବାର ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟମାନେ ଧାରଣାରେ ବସିଥିଲେ। ଆଜି ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କ ସହ ରୁଚିକାଙ୍କ ମା’ଙ୍କୁ ଉଠାଇ ନେଇଛି ପୋଲିସ୍। ବତ୍ତର୍ମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ରୁଚିକାଙ୍କ ମା’ କ୍ଷୋଭ ପ୍ରକାଶ କରିବା ସହ ତାଙ୍କ ଝିଅ ଆତ୍ମହତ୍ୟା ପଛରେ ବଡ଼ ବଡ଼ ଲୋକଙ୍କ ହାତ ରହିଥିବାରୁ ପୋଲିସ୍ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି।

Tags: #BJBCollegeStudentRuchikMohanty #RuchikaSuicideCase #Protest #MotherofRuchika

Comment