ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନାସନାଲ୍ ଆଲୁମିନିୟମ କମ୍ପାନି (ନାଲ୍‌କୋ) ପକ୍ଷରୁ ଓଡ଼ିଶାର ୧୨୦ଟି ସରକାରୀ ବିଦ୍ୟାଳୟରେ ୩୦୦ ସ୍ମାର୍ଟ କ୍ଲାସରୁମର ଉଦ୍‌ଘାଟନ କରାଯାଇଛି। ହାଇବ୍ରିଡ୍ ମୋଡ୍ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ ଏବଂ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟରେ ୯୧ଟି ବିଦ୍ୟାଳୟର ୨୪୦ଟି ସ୍ମାର୍ଟ କ୍ଲାସରୁମ୍‌କୁ ଉଦ୍‌ଘାଟନ କରିଛନ୍ତି।  ଗୁରୁବାର ଦିନ ଅନୁଗୁଳସ୍ଥିତ ସରକାରୀ ହାଇସ୍କୁଲ ଏବଂ ସୁନାବେଡ଼ାସ୍ଥିତ ଶ୍ରୀଜଗନ୍ନାଥ ବିଦ୍ୟାପୀଠଠାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ନବରଙ୍ଗପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବିଦ୍ୟାଳୟଗୁଡ଼ିକର ସ୍ମାର୍ଟକ୍ଲାସରୁମ୍‌ଗୁଡ଼ିକୁ ଉଦଘାଟନ କରାଯାଇଛି। ଅବଶିଷ୍ଟ ୨୯ଟି ବିଦ୍ୟାଳୟରେ ୬୦ଟି ସ୍ମାର୍ଟ କ୍ଲାସରୁମର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଏହି ବିଦ୍ୟାଳୟଗୁଡ଼ିକୁ ଜିଲ୍ଲା ପ୍ରଶାସନର ସହାୟତାରେ ଟିହ୍ନଟ କରାଯାଇଛି।ନାଲ୍‌କୋର ଏହି ପ୍ରକଳ୍ପକୁ ଇଡିସିଆଇଏଲ୍ (ଇଣ୍ଡିଆ) ଦ୍ଵାରା କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ରହିଛି ୭.୬୫ କୋଟି ଟଙ୍କା। ଏହି ପ୍ରକଳ୍ପରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ନିରନ୍ତର ଭାବେ ବିଭିନ୍ନ ବିଷୟରେ ପ୍ରତ୍ୟକ୍ଷ ତାଲିମ ଦିଆଯିବ।

ନାଲ୍‌କୋର ଏହି ଉଦ୍ୟମର ସଫଳ ରୂପାୟନ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ କେନ୍ଦ୍ର ଖଣି ମନ୍ତ୍ରାଳୟ ତଥା ଜିଲ୍ଲା ପ୍ରଶାସନଙ୍କୁ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର କୃତଜ୍ଞତା ଜଣାଇଛନ୍ତି।

Tags: #AzadiKaAmritMahotsav #NALCO #ନାଲ୍‌କୋ #ଆଜାଦୀକାଅମୃତମହୋତ୍ସବ

Comment