ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଆଶ୍ଵସ୍ତି ଦେଇଛନ୍ତି ସୁପ୍ରିୟମକୋର୍ଟ। ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ନୂପୁର ଶର୍ମାଙ୍କୁ ଗିରଫ କରାଯିବ ନାହିଁ ବୋଲି ନୂପୁରଙ୍କ ଆବେଦନର ଶୁଣାଣି କରି କୋର୍ଟ ଆଜି ରାୟ ଦେଇଛନ୍ତି। ଏ ନେଇ କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି ସୁପ୍ରିମ କୋର୍ଟ। ଅଗଷ୍ଟ ୧୦ ତାରିଖକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁର ଶର୍ମାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ୯ଟି ମାମଲା ରୁଜୁ ହୋଇଛି। ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ମାମଲାର ସମ୍ମୁଖୀନ ହେବାକୁ ପଡ଼ୁଛି ନୂପୁର ଶର୍ମାଙ୍କୁ। ଏପଟେ ନୂପୁର ଶର୍ମାଙ୍କୁ ଲଗାତର ହତ୍ୟା ଧମକ ମିଳୁଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ନୂପୁରଙ୍କ ଜୀବନ ପ୍ରତି ବିପଦ ଥିବାରୁ ସମସ୍ତ ମାମଲାକୁ ଗୋଟିଏ ସ୍ଥାନ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ନିବେଦନ କରିଛନ୍ତି।

ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି ହେଉଥିବାବେଳେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ସହିତ ସେ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ କୋର୍ଟରେ ନିବେଦନ କରିଥିଲେ।

ଆଜି ନୂପୁର ଶର୍ମାଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବା ସହ ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ଅଗଷ୍ଟ ୧୦ ତାରିଖରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ।

Tags: #Politics #Contorversy #NoopurSharma #Supremecourt #Judgment

Comment