ଓଡ଼ିଶାଲାଇଭ୍ ବ୍ୟୁରୋ

ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ଜ୍ଵଳ ଉଚ୍ଚଶିକ୍ଷା କେନ୍ଦ୍ର ହୋଇପାରିଛି। ସୋଆରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ, ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଦେଶରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ୧୫,୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ସୋଆରେ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୫ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୯୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ରହିଛନ୍ତି।

ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିବାର ୧୫ ବର୍ଷ ପରେ ସୋଆକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାକୁ ଲାଗିଛି। ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ଵାର୍କ (ଏନ୍ଆଇଆରଏଫ) ରାଙ୍କିରେ ୭ ବର୍ଷ ଧରି ସୋଆ ଦେଶର ଶେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଆସିଛି ସୋଆ।

ଚଳିତ ବର୍ଷ ଏନ୍ଆଇଆରଏଫ ରାଙ୍କିଙ୍ଗ -୨୦୨୨ରେ ଦେଶର ୧୬ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନୀତ କରିଛି ସୋଆ। ସୋଆ ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଥିବାବେଳେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି।

ଚଳିତ ଏନ୍ଆଇଆରଏଫ-୨୦୨୨ ତାଲିକାରେ ସୋଆ ଓଭରଅଲ୍ କାଟାଗୋରିରେ ୩୦ତମ ସ୍ଥାନରେ ରହିଥିବାବେଳେ ମେଡିକାଲ୍ ସାଇନ୍ସେସରେ ୮ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଣ୍ଟାଲ ସାଇନ୍ସରେ ଦଶମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ରାଙ୍କିଙ୍ଗରେ ପ୍ରବେଶ କରିଥିବା ସୋଆର ଫାକଲ୍ଟି ଅଫ୍ ଲ’ ଦେଶରେ ନବମ ସ୍ଥାନ ହାସଲ କରିବା ସହ  ରିସର୍ଚ୍ଚ କାଟାଗୋରିରେ ୪୫ ତମ ସ୍ଥାନରେ ରହିଛି।

ସୋଆର ଦୁଇଟି ଅନୁଷ୍ଠାନ ଇନଷ୍ଟିଚ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସେସ (ଫାକଲ୍ଟି ଅଫ ଡେଣ୍ଟାଲ ସାଇନ୍ସେସ୍) ଏବଂ ସୋଆ ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଲ’ (ଫାକଲ୍ଟି ଅଫ ଲିଗାଲ୍ ଷ୍ଟଡିଜ୍) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି। ସେହିପରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସେସ ପୂର୍ବାଞ୍ଚଳରେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ସୋଆ ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଲ’ (ଫାକଲ୍ଟି ଅଫ୍ ଲ’) ପୂର୍ବାଞ୍ଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ନିକଟରେ ଆଉ ଏକ ବନ ସଫଳତା ମଧ୍ୟ ହାସଲ କରିଛି ସୋଆ। ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) ବିଶ୍ୱବିଦ୍ୟାଳୟକୁ ମୋଟ ୪ ସ୍କୋରରୁ ୩.୮୮ ସିଜିପିଏ ସହ ସର୍ବୋଚ୍ଚ ଇ++ ଗ୍ରେଡ୍ର ସ୍ୱୀକୃତି ପ୍ରଦାନ କରିଛି। ଏହାଛଡ଼ା ନିକଟରେ ସୋଆକୁ ୟୁଜିସି ଦ୍ୱାରା କାଟାଗୋରି ୱାନ୍ ଗ୍ରେଡ଼ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।

ସମ୍ମାନଜନକ କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟରେ ସ୍ଥାନ ହାସଲ କରିଥିବାବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ ୨୦୨୧ରେ ୪୦୧ରୁ ୪୫୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି। ସେହିପରି ୨୦୨୦ ମସିହାରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଙ୍ଗ ମିଳିଛି। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ ମହାମାରୀ ସମୟରେ ଅନଲାଇନ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମିଳିଛି।

ସେହିପରି ଟାଇମ୍ସ ହାୟର୍ ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ରାଙ୍କିଙ୍ଗ ୨୦୨୧ରେ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ କ୍ଷେତ୍ରରେ ୧୨୦୧ ପ୍ଲସ୍ କାଟାଗୋରିରେ ସୋଆ ସ୍ଥାନ ପାଇଥିବାବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟରେ ସ୍ଥାନ ପାଇପାରିଛି। ସେହିପରି ହେଲ୍ଥ ସାଇନ୍ସେସ୍ କାଟାଗୋରିରେ ସୋଆ ୬୦୧ ପ୍ଲସ୍ ରାଙ୍କରେ ରହିଥିବାବେଳେ ଟିଏଚଇ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି।

ସୋଆର ୧୩ ଜଣ ଗବେଷକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ମେଡିକାଲ୍ ସାଇନ୍ସେସ୍, ଡେଣ୍ଟାଲ ସାଇନ୍ସେସ୍, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଣ୍ଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ, ଲ’ ଏବଂ ଏଗ୍ରିକଲ୍ଚରାଲ ସାଇନ୍ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ , ୬୭ ପୋଷ୍ଟ ଗ୍ରାଜୁଏଟ୍, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ ରହିଛି।

ଏହି ବିଶ୍ୱବିଦ୍ୟାଳୟ ନିକଟରେ ୯୩୨୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବାବେଳେ ଏହାର ଏଚ୍-ଇଣ୍ଡେକ୍ସ ୮୫ ରହିଛି । ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ୨୬ଟି କ୍ଷେତ୍ରକୁ ନେଇ ୧୬ଟି ଗବେଷଣା କେନ୍ଦ୍ର ରହିଛି।

Tags: #Education #SHIKSHA‘O’ANUSANDHAN #QualityAcademicAndResearch #SOA

Comment