ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍କିପକ୍ସକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ମଙ୍କିପକ୍ସ ସ୍ଥିତି ମମ୍ପର୍କରେ ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ବସିବ ଉଚ୍ଚସ୍ତରୀୟ ବୈଠକ। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏବଂ ଡିଏମଇଟି ଉପସ୍ଥିତ ରହିବେ।

ଦେଶର ବିଭିନ୍ନ ରାଜ୍ୟରେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ହେଉଛନ୍ତି। ପୂର୍ବରୁ ମଙ୍କିପକ୍ସକୁ ନେଇ ସ୍ବାସ୍ଥ୍ୟ ବିଭାଗ ଗାଇଡ ଲାଇନ ଜାରି କରିସାରିଛି। ଯଦି କୌଣସି ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ପରୀକ୍ଷା କରି ଆଇସୋଲେସନ ହେବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖା ଦେଲେ ନିକଟସ୍ଥ ଆଶା କର୍ମୀ କିମ୍ବା ଏଏନଏମ୍ କର୍ମୀଙ୍କ ସହ ଯୋଗାଯୋଗ କରି ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Tags: #Health #Monkeypox #Meeting #Odisha #HealthDepartment

Comment