ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦେଶ ପାଳିବ ୭୬ ତମ ସ୍ୱାଧୀନତା। ଚଳିତ ବର୍ଷ ରାଜ୍ୟରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଅତିଥିଙ୍କ ତାଲିକା ପ୍ରକାଶ ପାଇଛି। ସ୍ୱାଧୀନତା ଦିବସ ଅବସରରେ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିବେ।

ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ପ୍ରକାଶ ପାଇଥିବା ସୂଚୀ ଅନୁସାରେ କନ୍ଧମାଳ ଜିଲ୍ଲା ହେଡକ୍ଵାର୍ଟରରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଜଗନ୍ନାଥ ସାରକା। ପୁରୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଢେଙ୍କାନାଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଲାଙ୍ଗୀରରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କେନ୍ଦୁଝରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ନୟାଗଡ଼ରେ ମନ୍ତ୍ରୀ ଉଷାଦେବୀ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି କଟକରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସୁନ୍ଦରଗଡ଼଼ରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୟୁରଭଞ୍ଜରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରଗଡ଼଼ରେ ମନ୍ତ୍ରୀ ନବକିଶୋର ଦାସ, ବାଲେଶ୍ୱରରେ ମନ୍ତ୍ରୀ ଟୁକୁନି ସାହୁ, ଗଞ୍ଜାମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କଳାହାଣ୍ଡିରେ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଏବଂ ମାଲକାନଗିରିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ଉତ୍ତୋଳନ କରିବେ।

ଏହା ସହିତ ସମ୍ବଲପୁରରେ ମନ୍ତ୍ରୀ ଅଶୋକ କୁମାର ପାତ୍ର, କୋରାପୁଟରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଗଜପପତି ଜିଲ୍ଲାରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧା ଜିଲ୍ଲାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସୋନପୁରରେ ମନ୍ତ୍ରୀ ରୋହିତ ପୂଜାରୀ, ନୂଆପଡ଼ାରେ ମନ୍ତ୍ରୀ ରୀତା ସାହୁ ଏବଂ ଅନୁଗୁଳରେ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ୍‍ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ବ୍ରହ୍ମପୁରରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ରାଉରକେଲାରେ ସମ୍ବଲପୁର ଉତ୍ତରାଞ୍ଚଳ କମିଶନର ପତାକା ଉତ୍ତୋଳନ କରିବାର ଯୋଜନା ରହିଛି। ଭଦ୍ରକ, ବୌଦ୍ଧ, ଦେଓଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼଼ା ଜିଲ୍ଲା ହେଡ୍‍ କ୍ୱାର୍ଟରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

Tags: #FlagHosting #IndipendenceDay #Odisha #CMOdisha #NaveenPatnaik

Comment