ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଘଟୁଥିବା ପ୍ରତ୍ୟେକ ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ବିଶ୍ଳେଷଣ କରିବା ପାଇଁ ଅବସରପ୍ରାପ୍ତ ଇଞ୍ଜିନିୟର ଏବଂ ପୋଲିସ୍ ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ। ରାଜ୍ୟ ପରିବହନ ପ୍ରାଧିକରଣ ଅଧୀନରେ ଥିବା ଓଡିଶା ସଡକ ସୁରକ୍ଷା ସୋସାଇଟି ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ଦଳର ମିଳିତ ଭାବେ ଦୁର୍ଘଟଣା ସ୍ଥାନର ଯାଞ୍ଚ କରିବା ସହ  ଏକ ବିସ୍ତୃତ­ ରିପୋର୍ଟ ଦାଖଲ କରିବେ। ଏହା ଦ୍ୱାରା ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ଜଣାପଡ଼ିବା ସହ ପ୍ରତିକାର ବ୍ୟବସ୍ଥା ମଧ୍ୟ କରିହେବ ।

ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ପଦରୁ ଅବସର ନେଇଥିବା କିମ୍ବା ତାଙ୍କ ସମସାମୟିକ ସରକାରୀ ଚାକିରୀ କରିଥିବା ସିଭିଲ୍ ଇଞ୍ଜିନିୟର, ଯେଉଁମାନେ କି ପବ୍ଲିକ୍ ସେକ୍ଟର କିମ୍ବା ସେମାନଙ୍କର ଅଧିନସ୍ଥ କାର୍ଯ୍ୟାଳୟ, ସଡକ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାରେ ଅନୁଭୂତି ଥିବା ସିଭିଲ୍ ଇଞ୍ଜିନିୟରମାନେ ଆବେଦନ କରିପାରିବେ।

ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଆଇଟି, ଏନଆଇଟି, ସରକାରୀ ଅନୁସନ୍ଧାନ ପ୍ରତିଷ୍ଠାନ ଇତ୍ୟାଦିର ଅବସରପ୍ରାପ୍ତ କିମ୍ବା ସେବା କରୁଥିବା ଅଧ୍ୟାପକଙ୍କ ବ୍ୟତୀତ ଯେଉଁମାନେ ସଡ଼କ ନିର୍ମାଣ କିମ୍ବା ସଡ଼କ ଦୁର୍ଘଟଣା ବା ସଡକ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ସେମାନେ ମଧ୍ୟ ଆବେଦନ କରି ପାରିବେ।

ସେହିଭଳି ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ ବିଶେଷ ଆବେଦନ କରିପାରିବେ। ଆଗ୍ରହୀ ଅବସରପ୍ରାପ୍ତ ଅଧିକାରୀମାନେ କୌଣସି ଜିଲ୍ଲାର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ଭ୍ରମଣ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ଥିବା ଆବଶ୍ୟକ। ୬୫ ବର୍ଷ ବୟସରୁ କମ୍ ବୟସର ବ୍ୟକ୍ତି ଆବେଦନ କରିପାରିବେ।

ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ କେସ୍ ଭିତ୍ତିରେ ୫ହଜାର ଟଙ୍କାର ଏକ ବୃତ୍ତିଗତ ଶୁଳ୍କ ପ୍ରଦାନ କରାଯିବ। ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କୁ  ହଜାର ପ୍ରତ୍ୟେକ କେସ୍ ଆଧାରରେ ବୃତ୍ତିଗତ ଶୁକ୍ଳ ଭାବରେ ପ୍ରଦାନ କରାଯିବ।

#ROAD SAFETY SOCIETY #MinistryofRoadTransportandHighways #ENGINEERS #accident #Odishapolice

LEAVE A REPLY

Please enter your comment!
Please enter your name here