ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଜୟପୁର ପୌରପାଳିକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ପରିଷଦରେ ମୁଖ୍ୟ ଅତିଥି ଭାବେ ଜୟପୁର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ପୌର ଉପାଧ୍ୟକ୍ଷ ବି ସୁନିତା ଏବଂ ପୌର କାର୍ଯ୍ୟନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଉପସ୍ଥିତ ଥିଲେ।

ଚଳିତ ବର୍ଷ ସହରର ୨୮ଟି ଓ୍ଵାର୍ଡରେ ପତାକା ଉତ୍ତୋଳନ କରାଯିବା ପରେ ପରିଷଦରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ସହରରେ ସ୍ଥାପିତ ୩ଟି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। କୋଭିଡ ହସ୍ପିଟାଲ ସମ୍ମୁଖରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ପରିସର ଉନ୍ନତିକରଣ, ଟାଉନହଲ ନିକଟରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ମହାରାଜା ଓ ପ୍ରଥମ ବିଧାୟକ ଲଛମନ ନାୟକଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଛି।

କାର୍ଯ୍ୟକ୍ରମରେ ବିଧାୟକ ବାହିନୀପତିଙ୍କ ସହ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ଉପ ଜିଲ୍ଲାଲାପାଳ ବେଦବର ପ୍ରଧାନ, ଏସଡିପିଓ ଅରୁପ ଅଭିଷେକ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର ଯନ୍ତ୍ରୀ ବିଶ୍ୱନାଥ ପାତ୍ର, ସମସ୍ତ କାଉନସିଲର, ପୌର କର୍ମଚାରୀ ପ୍ରମୁଖ ଉପସ୍ଥିୁତ ଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ଲାଗି ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

Tags: #SwayatShasanDibas #competition #prizedistribution

Comment