ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ରୁପି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ରୁପି ଅର୍ଥାତ୍ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ କରିବାକୁ ଯାଉଛି। ବ୍ଲାକଚେନ ଆଧାରିତ ଡିଜିଟାଲ ରୁପିକୁ ଦୁଇ ପ୍ରକାର ଲଞ୍ଚ କରାଯିବ। ପ୍ରଥମଟି ହୋଲସେଲ ଟ୍ରାଞ୍ଜାକ୍ସନ ଏବଂ ଦ୍ଵିତୀୟଟି ରିଟେଲରେ, ଯାହା ସାଧାରଣ ନାଗରିକଙ୍କ ନିମନ୍ତେ ରହିବ। ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ।

ଖୁବଶୀଘ୍ର ସ୍ଵତନ୍ତ୍ର ବ୍ୟବହାର ଲାଗି ଡିଜିଟାଲ ମୁଦ୍ରା ବା ଇ-ରୁପିର ପାଇଲଟ ଲଞ୍ଚ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ ଅକ୍ଟୋବର ମାସ ପ୍ରାରମ୍ଭରେ ସୂଚନା ଦେଇଥିଲା।

ଇ-ରୁପି ସିବିଡିସି କେନ୍ଦ୍ରୀୟ ବ୍ୟାଙ୍କ ଦ୍ଵାରା ଜାରି କରାଯାଇଥିବା ଏକ ଡିଜିଟାଲ ମୁଦ୍ରା। ଇ-ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ। କେନ୍ଦ୍ରୀୟ ବ୍ୟାଙ୍କର ରୁପି ସେଟଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକସନ୍ ଖର୍ଚ୍ଚ କମିବ ଏବଂ ଏହା ଡିଜିଟାଲ ଫର୍ମରେ ଷ୍ଟୋର ହେବ। ଡିଜିଟାଲ ରୁପି ହେଉଛି ଆମେ ବ୍ୟବହାର କରୁଥିବା ଟଙ୍କାର ଡିଜିଟାଲ ରୂପ। ଏହାକୁ ପେପର କରେନ୍ସିରେ ବଦଳାଯାଇପାରିବ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ଧାରଣ ବଜେଟ ସମୟରେ ବ୍ଲକ ଚେନ ଆଧାରିତ ଡିଜିଟାଲ ମୁଦ୍ରା ଲଞ୍ଚ ନିମନ୍ତେ ଘୋଷଣା କରିଥିଲେ।

Tags: #DigitalRupee #ERupee #RBI #BankTransaction

Comment