ଓଡ଼ିଶାଲାଇଭ୍ ବ୍ୟୁରୋ

କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ। ଏହି ଡବଲ ମର୍ଡର ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଏହି ହତ୍ୟା ମାମଲାରେ ଗତ ଏପ୍ରିଲ ମାସ ୨ ତାରିଖରେ ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ରାୟଗଡ଼ ସେସନ୍ସ କୋର୍ଟ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ହତ୍ୟା ମାମଲାରେ ଅନୁପ ରାଏଙ୍କୁ ଆଜୀବନ କାରାଦଣ୍ଡାଦେଶା ଦେଇଥିବାବେଳେ ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଥିବା ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ଗତ ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ(ବବଲି)ଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗି ଦିଆଯାଇଥିଲା। ଛତିଶଗଡ଼ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଖୋଳତାଡ଼ ପରେ ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଥାନାରୁ ମୃତକଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା।

ସମସ୍ତ ତଥ୍ୟକୁ ଆଧାର କରି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ୨୦୨୦ ମସିହା ଫେବ୍ରୁଆରି ୧୩ ତାରିଖରେ ଛତିଶଗଡ଼ର ରାୟଗଡ଼ ପୋଲିସ ଅନୁପ ସାଏଙ୍କୁ ଗିରଫ କରିଥିଲା।

Tags: #DoubleMurderCase #AnupSai #FormerMLA #LifeTimeImprisonment #HighCourt

LEAVE A REPLY

Please enter your comment!
Please enter your name here