ଓଡ଼ିଶା ଲାଇଭ୍ ବ୍ୟୁରୋ

ଟି-୨୦ ବିଶ୍ୱକପ୍‌ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି ପାକିସ୍ତାନ ୭ ଓ୍ଵିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଟସ୍‌ ଜିତି  ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୫୨ ରନ କରିଥିଲା ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍ ବିଲିୟସନ ୪୬ ରନ୍ ଓ ଡ୍ୟାରିଲ୍ ମିଚେଲ୍ ୫୩ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ସାହିନ୍ ଅଫରିଦି ୨ଟି ୱିକେଟ ନେଇଥିଲେ। ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ।

୧୫୩ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ୧୯.୧ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । ଏହି ବିଜୟ ସହିତ ପାକିସ୍ତାନ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି।

Comment