ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନାବାଳିକା ଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୟୂରଭଞ୍ଜ ଜିଲ୍ଲା ସତନ୍ତ୍ର ପକ୍ସୋ କୋର୍ଟ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ହେଲେ କେନ୍ଦୁଆଡ଼ିହା ଗ୍ରାମର ବାଙ୍କା ସୋନିଆ, ଜଗନ୍ନାଥ ନାଏକ ଏବଂ ନିନ ନାଏକ।

୨୦୧୭ ମସିହାରେ କୁଳିଅଣା ଥାନା ଅନ୍ତର୍ଗତ କେନ୍ଦୁଆଡ଼ିହା ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ବାଙ୍କା ସୋନିଆ, ଜଗନ୍ନାଥ ନାଏକ ଏବଂ ନିନ ନାଏକ ଦୁଷ୍କର୍ମ କରିଥିଲେ। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ କୁଳିଅଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ବିଚାର କରି ସତନ୍ତ୍ର ପକ୍ସୋ କୋର୍ଟ ବାଙ୍କା ସୋନିଆ, ଜଗନ୍ନାଥ ନାଏକ ଏବଂ ନିନ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ରହିଛି।

Tags: #Mayurbhanj #MinorRapeCase #10Year #JailSentence

Comment