ଓଡ଼ିଶାଲାଇଭ୍ ବ୍ୟୁରୋ

 ଅଶୋକ ପଣ୍ଡାରୁ ଆଇଶା ପଣ୍ଡାର ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ନିଜର ପରିଚୟ ପାଇଁ ତାଙ୍କୁ ସମାଜ ଓ ପରିବାର ସହ ଲଢ଼ିବାକୁ ପଢ଼ିଥିଲା। କିନ୍ନର ବୋଲି ସେ ଯେଉଁ ଟାହି ଟାପରା ଶୁଣୁଥିଲେ, ସେଥିରେ ସେ ହାର ମାନି ନଥିଲେ ବରଂ ଲଢ଼ିଥିଲେ। ଲୋକଙ୍କ ତାତ୍ସଲ୍ୟ ନଶୁଣି ନିଜ ପାଠପଢ଼ାରେ ମନ ଦେଇଥିଲେ। ନିଜ ଅସ୍ତିତ୍ଵକୁ ସ୍ଵୀକାର କରି ଆଗକୁ ବଢ଼ିଥିଲେ ଆଇଶା। କେବଳ ସେ ନୁହେଁ… ଏମିତି ବି ଜଣେ ଥିଲେ ଯିଏ ଆଇଶାଙ୍କ ଅସ୍ତିତ୍ଵକୁ ସ୍ଵୀକାର କରି ତାଙ୍କୁ ସାଥୀ କରିଥିଲେ, କିନ୍ତୁ ସେ ସଂପର୍କ ଥିଲା କ୍ଷଣିକ ପାଇଁ।

“ମତେ ବି ଦିନେ ପ୍ରେମ ହୋଇଥିଲା। ସେ ବି ମୋତେ ବହୁତ ଭଲ ପାଉଥିଲେ। ମୁଁ ବାହା ହୋଇ ଘର ସଂସାର କରିବାକୁ ସ୍ୱପ୍ନ ଦେଖିଥିଲି। କିନ୍ତୁ କିଛି କାରଣ ଯୋଗୁଁ ଆମେ ଅଲଗା ହୋଇଗଲୁ। ଆଗାମୀ ଦିନରେ ଯଦି ମୋ ଜୀବନରେ କେହି ଏମିତି ମଣିଷ ଆସନ୍ତି, ଯିଏ ମତେ ଭଲ ପାଇବେ, ମତେ ସମ୍ମାନ ଦେବେ ତାହେଲେ ମୁଁ ନିଶ୍ଚୟ ବିବାହ କରିବି”, କହନ୍ତି କିନ୍ନର ସମାଜସେବୀ ଆଇଶା ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ମତରେ ଜୀବନ ଦୁଇ ଦିନର। ଏହି କିଛି ଦିନ ମୁଁ ନଷ୍ଟ ନକରି ନିଜ ପାଇଁ ବଞ୍ଚିବା ସହ ସମାଜ ପାଇଁ ବି ବଞ୍ଚିବାକୁ ଚାହେଁ। କିଛି ହାସଲ କରିବାକୁ ହେଲେ ବହୁ ନିନ୍ଦା ଅପବାଦ ଶୁଣିବାକୁ ମିଳିବାକୁ ପଡ଼ିବ, କିନ୍ତୁ ମୁଁ ସେସବୁ ଶୁଣି ହାର ମାନି ନାହିଁ ବରଂ ମୋ ଚେଷ୍ଟା ଏମିତି ଆଗକୁ ଲାଗି ରହିବ। ଆଗାମୀ ଦିନରେ ମୁଁ ନିଜେ ଖୁସି ରହିବା ସହ ମୋ କମ୍ୟୁନିଟି ପାଇଁ ଭଲ କାମ କରି ତାଙ୍କୁ ଖୁସିରେ ରଖିବାକୁ ଚାହେଁ।

ଲୋକମାନେ କିନ୍ନରମାନଙ୍କୁ ଘୃଣା ନଜରରେ ନଦେଖିବା ପାଇଁ ଆଇଶା ଅନୁରୋଧ କରିଛନ୍ତି। କିନ୍ନରମାନଙ୍କୁ ସଫଳ ଏବଂ ସ୍ଵାବଲମ୍ବୀ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ସେ ସମାଜକୁ ଆହ୍ଵାନ କରିଛନ୍ତି।

ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ କିନ୍ନର ଆଇଶା ପଣ୍ଡାଙ୍କ ସଂଘର୍ଷର ପୂରା କାହାଣୀ।…

Tags: #Kinnar #AyeshaPanda #LoveLife #Marriage #LifeStruggle #Odisha #Bhubaneswar #OdishaLive

Comment