ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ରାଜ୍ୟରେ ବଢ଼ିବ ଶୀତ। ରାତିରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ହ୍ରାସ ପାଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ତାପମାତ୍ରା ୯.୬ ଡିଗ୍ରୀକୁ ଖସିଆସିଛି। ସେହିପରି ଓଡ଼ିଶାର ୧୪ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆହୁରି ଖସିବ। ଆସନ୍ତା ଦୁଇ ଦିନ ଯାଏ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଖସିପାରେ। ଏହି ଅଞ୍ଚଳଗୁଡ଼ିକରେ ଧୀରେ ଧୀରେ ଅଧିକ ଶୀତ ଅନୁଭୂତ ହେବ। କିନ୍ତୁ ଉପକୂଳରେ ଏବେ ତାପମାତ୍ରା ଖସିବାର ବିଶେଷ ସମ୍ଭାବନା ନାହିଁ।

ଶିମିଳିଗୁଡ଼ାରେ ତାପମାତ୍ରା ୧୦.୩ ଡିଗ୍ରୀକୁ ଖସିଛି, ସେହିପରି ଫୁଲବାଣୀରେ ୧୧.୫ ଡିଗ୍ରୀ, କିରେଇରେ ୧୧.୭ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୨ ଡିଗ୍ରୀ, କୋରାପୁଟରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୨.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୮ ଡିଗ୍ରୀ, କେନ୍ଦୁଝରରେ ୧୩.୨ ଡିଗ୍ରୀ, ଚିରିଲିମାରେ ୧୩.୨ ଡିଗ୍ରୀ, ଦେବଗଡ଼ରେ ୧୩.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୪ ଡିଗ୍ରୀ, ବୌଦ୍ଧରେ ୧୪ ଡିଗ୍ରୀ, ହୀରାକୁଦରେ ୧୪.୭ ଡିଗ୍ରୀ, ଅନୁଗୁଳରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଟ୍ଵିନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ରହିଛି।

Tags: #ColdWave #GUdayagiri #Odisha #Temperature #CoastalArea

Comment