ଓଡ଼ିଶାଲାଇଭ୍ ବ୍ୟୁରୋ

 ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮୦୦ଟି ଇଣ୍ଟରନେଟ୍ ବ୍ୟବସାୟକୁ ‘ୟୁନିକର୍ନ’ ଆଖ୍ୟା ଦିଆଯାଇଛି। (ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ ଡଲାରରୁ ଅଧିକ।) ଏଥିମଧ୍ୟରୁ ଭାରତରେ ୬୩ଟି ଷ୍ଟାର୍ଟଅପ୍ ସଂସ୍ଥା ‘ୟୁନିକର୍ନ’ ପର୍ଯ୍ୟାୟକୁ ଆସିଛନ୍ତି। ତାହାରି ଭିତରେ ଅନ୍ୟତମ ସଂସ୍ଥା ‘ଅଫ୍‌ବିଜିନେସ୍’। ଆଶିଷ ମହାପାତ୍ର, ‘ଅଫ୍‌ବିଜିନେସ୍’ର ପ୍ରତିଷ୍ଠାତା ଭାବରେ ସାରା ଭାରତରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ଵ।

ଓଡ଼ିଶା ମାଟିରେ ଆଜି ଅନେକ ଯୁବତୀ, ଯୁବକ ଷ୍ଟାର୍ଟଅପ୍‌ର ସ୍ଵପ୍ନ ଦେଖୁଛନ୍ତି। ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ କେଉଁ କେଉଁ ଗୁଣ ଦରକାର ତାହା ଆଶିଷ ମହାପାତ୍ର ବୁଝାଇ କହିଛନ୍ତି।

“ନିଜକୁ କେବେହେଲେ ଏକ ସଂକୀର୍ଣ୍ଣ, ସୀମିତ ପରିଧିରେ ରଖନ୍ତୁ ନାହିଁ। ମନ ଭିତରେ ଯେ କୌଣସି ଜିନିଷଟିକୁ ହାସଲ କରିବାର କ୍ଷୁଧା ଥିବା ଦରକାର। ସେଥିପାଇଁ ଲଢ଼ିବାର ମାନସିକତା ଦରକାର। ତା’ ସାଙ୍ଗକୁ ନିଜକୁ ନମ୍ର କରିବାକୁ ହେବ; ସର୍ବୋପରି ସଚ୍ଚୋଟ ହେବାକୁ ପଡ଼ିବ। ଏହି ଚାରୋଟି ଜିନିଷ ଥିଲେ ସଫଳତା ମନକୁ ମନ ଆସିଯିବ” କହିଛନ୍ତି ଉଦ୍ୟୋଗୀ ଆଶିଷ ମହାପାତ୍ର।

Tags: #AshisMohapatra #OfBusiness #4H #Hunger #Hustle #Humility #Honesty #Odisha #Entroprenour

Comment