“ମୁଁ ୨୦୦୭ ମସିହାରେ ଯେତେବେଳେ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜନେସ୍‌ରେ ଏମବିଏ ପଢ଼ିବାକୁ ଗଲି, ସେଇଠି ପ୍ରଥମ ଦେଖା। ଆମ ବ୍ୟାଚ୍‌ରେ ଥିଲେ ୩୨୦ ଜଣ ପୁଅ ଓ ମାତ୍ର ୩୦ ଜଣ ଝିଅ। ରୁଚିଙ୍କର ଧ୍ୟାନ ମୋ’ ପ୍ରତି ଆଦୌ ନ ଥିଲା। ପାଠ ସରିବା ପରେ ମୁଁ ଯେତେବେଳେ ମେକେନ୍‌ଜି ସଂସ୍ଥାରେ ଚାକିରି କଲି, ରୁଚି ମଧ୍ୟ ସେଇଠି କାମ କରିବାକୁ ଆସିଲେ। ପୁଣି ଦେଖାହେଲା। ଭଲ ଲାଗିଲା। ଭଲ ଲାଗିବାର ବର୍ଷକ ପରେ ବାହାଘର ହେଲା।’’

‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ ସାକ୍ଷାତକାରରେ ଯୋଡ଼ି ହୋଇ ତାଙ୍କ ଜୀବନସାଥୀଙ୍କ ବିଷୟରେ କହିଛନ୍ତି ‘ଅଫ୍ ବିଜନେସ୍’ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର।

Comment