‘ଇତିହାସର ପୃଷ୍ଠାରୁ ପଢ଼ିଥିଲି ଆମେରିକାର ଗୃହଯୁଦ୍ଧ କଥା। ଗୃହଯୁଦ୍ଧର ଅବସାନ ହେବା ପରେ, ଗେଟିସବର୍ଗଠାରେ ଆବ୍ରାହମ ଲିଙ୍କନ ଏକ ଭାଷଣ ଦେଇଥିଲେ। ଭାଷଣରେ ଲିଙ୍କନ କହିଥିଲେ, “Government of the people, by the people, for the people shall not perish from earth”. ଏ କଥାଟି ମତେ ଛୁଇଁଯାଇଥିଲା। “ଅଫ୍‌ ଦି ପିପଲ୍”। ସେଇଥିରୁ ମନକୁ ଆସିଲା, ନିଜ କମ୍ପାନିର ନାଁ ଦେବି, ‘ଅଫ୍‌ ବିଜିନେସ୍’। ଅର୍ଥାତ୍ ଏପରି ଏକ ବ୍ୟବସାୟ ଯାହା ଅନ୍ୟମାନଙ୍କର ବ୍ୟବସାୟକୁ ସଫଳ କରି ତୋଳିବାର ଲକ୍ଷ୍ୟ ନେଇ ଚାଲିଥିବ।’’

‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଏକ ସାକ୍ଷାତକାରରେ ଯୋଡ଼ି ହୋଇ ଏକଥା କହିଛନ୍ତି ‘ଅଫ୍ ବିଜନେସ୍’ର ସହ-ପ୍ରତିଷ୍ଠାତା ତଥା ସିଇଓ ଆଶିଷ ମହାପାତ୍ର।

Comment